www.samajalive.in
Sunday, December 14, 2025
26.1 C
Bhubaneswar

ଓଡିଶା ସାଂସ୍କୃତିକ ସମାଜର ୫୩ତମ ପ୍ରତିଷ୍ଠା ଦିବସ

ସମ୍ବଲପୁର : ସମ୍ବଲପୁରର ପୁରାତନ ସାମାଜିକ ଅନୁଷ୍ଠାନ ଓଡିଶା ସାଂସ୍କୃତିକ ସମାଜର ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭା ପ୍ରତିବର୍ଷ ଭଳି ଅନୁଷ୍ଠାନର ଆତ୍ମ ସମୀକ୍ଷା ଦିବସ ଭାବରେ ପାଳିତ ହେଇଥିଲା। ଏଥିରେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା, ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ବାବଦରେ ସଭାକୁ ସୁଚିତ କରିଥିଲେ। ଉପସଭାପତି ଶିବନାରାୟଣ ପାଣିଗ୍ରାହୀ ଏବଂ ସୂର୍ଯ୍ୟ ପାଣିଗ୍ରାହୀଙ୍କ ସମେତ କାର୍ଯ୍ୟାଳୟ ସମ୍ପାଦକ ଲୋକନାଥ ପାଣ୍ଡେ, ଖାଉଟି ସମିତି ଆବାହକ ଅଖିଳ ପଟ୍ଟନାୟକ, ଶିକ୍ଷା ଓ ପାଠାଗାର ଉପ ସମିତିର ଆବାହକ ଡ. ଗୌରିଦାସ ପ୍ରଧାନ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋଚନା କରିଥିଲେ। ଡ. ପରେଶ ଦାନୀ, ପ୍ରଶାନ୍ତ ପାଟଯୋଶୀ, ଡ. ହରିଶଙ୍କର ପଣ୍ଡା, ରାମାନୁଜ ପଣ୍ଡା, ହୃଷୀକେଶ ପୂଜାରୀ, କୃଷ୍ଣଚନ୍ଦ୍ର ବାଗ ପ୍ରମୁଖ ସଦସ୍ୟ ଆଲୋଚନା ପୂର୍ବକ ଅନୁଷ୍ଠାନର ଉନ୍ନତି ସକାଶେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଶେଷରେ ସହସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories