www.samajalive.in
Sunday, December 14, 2025
17.1 C
Bhubaneswar

ଦୁର୍ଗାପୂଜା ଅବସରରେ ରାଜଯୋଗ ଶିବିର

ସମ୍ବଲପୁର : ଦୁର୍ଗାପୂଜା ଅବସରରେ ଚୈତନ୍ୟ ଦେବୀମାନଙ୍କ ଝାଙ୍କି ଓ ଆଧ୍ୟାତ୍ମିକ ଚରିତ୍ର ନିର୍ମାଣ ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଭିସୁଟ୍ ର କୁଳପତି ବଂଶୀଧର ମାଝୀ, ମୂଖ୍ୟ ଅତିଥି ଭାବେ ଓ ପ୍ରତିଷ୍ଠିତ ବ୍ୟବସାୟୀ ମାଧବ ଡାଲମିଆ ବରିଷ୍ଠ ଅତିଥି ରୂପେ ଯୋଗ ଦେଇଥିଲେ । ବ୍ରହ୍ମାକୁମାରୀଜ୍, ସମ୍ବଲପୁର ଉପକେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ପାର୍ବତୀ ଦିଦିଙ୍କ ତତ୍ତ୍ଵାବଧାନରେ ବ୍ରହ୍ମାକୁମାରୀଜ୍, କ୍ଷେତରାଜପୁର ସେବା କେନ୍ଦ୍ରର ଭାଇ ଭଉଣୀ ମାନେ ବୈଷ୍ଣବୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚୈତନ୍ୟ ଦେବୀମାନଙ୍କ ଝାଙ୍କି ପ୍ରଦର୍ଶନ କରିଥିଲେ। ମା ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ଓ ପାଞ୍ଚ ବିକାରଧାରୀ ମହିଷାସୁର ବେଶରେ ମୂର୍ତ୍ତି ପରି ନୀରବ ନିଶ୍ଚଳ ଅବସ୍ଥାରେ ଦୀର୍ଘ ସମୟ ଧରି ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ । ଏହା ରାଜଯୋଗ ଅଭ୍ୟାସ ଯୋଗୁଁ ହିଁ ସମ୍ଭବ ଥିଲା । ମୂଖ୍ୟ ବକ୍ତା ଭାବେ ରାଜଯୋଗିନୀ ପାର୍ବତୀ ଦିଦି ଦୁର୍ଗା ପୂଜା ଓ ମହିଷାସୁର ବଧର ଆଧ୍ୟାତ୍ମିକ ରହସ୍ୟ ବୁଝାଇ କହିଲେ ଯେ ମହିଷାସୁର କାମ, କ୍ରୋଧ ଭଳି ବିକାର ଗୁଡ଼ିକର ବଶବର୍ତ୍ତୀ ହୋଇ ଅନ୍ୟାୟ ଅତ୍ୟାଚାର କରୁଥିଲା । ଏବେ ବି ସମାଜରେ ବହୁ ମହିଷାସୁର ଅଛନ୍ତି। ଏମାନଙ୍କ ଚରିତ୍ର ନିର୍ମାଣ ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ ସମ୍ଭବ ହେବ। ମୂଖ୍ୟ ଅତିଥି କୁଳପତି ବଂଶୀଧର ମାଝୀ କହିଲେ, ବର୍ତ୍ତମାନର ସମାଜ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ଯା ମଧ୍ୟରେ ଚରିତ୍ର ସ୍ଖଳନର ଚିତ୍ର ରହିଛି। ବିଦ୍ୟାଳୟ ଗୁଡିକରେ ଆଧ୍ୟାତ୍ମିକ ଶିକ୍ଷାର ବ୍ୟବସ୍ଥା ହେବା ବାଞ୍ଛନୀୟ । ଚରିତ୍ର ନିର୍ମାଣ ସମ୍ପର୍କିତ ଆଧ୍ୟାତ୍ମିକ ଚିତ୍ର ଦେଖାଇ ଦର୍ଶକ ମାନଙ୍କୁ ଭାଇ ଭଊଣୀମାନେ ବୁଝାଯାଉଚି । ଆଧ୍ୟାତ୍ମିକ ଜ୍ଞାନ ସମ୍ପର୍କିତ ପୁସ୍ତକ ମଧ୍ୟ ବଣ୍ଟନ କରା ଯାଉଥିଲା। ୨୫ ତାରିଖ ଠାରୁ ୩ ଦିନ ଧରି ପ୍ରତ୍ୟହ ସନ୍ଧ୍ୟା ୫ ଘଟିକାରୁ ୬.୩୦ ଘ: ପର୍ଯ୍ୟନ୍ତ କ୍ଷେତରାଜପୁରର ମୁଙ୍ଗ।ପଡ଼ା ସ୍ଥିତ ରାଜଯୋଗ କେନ୍ଦ୍ରରେ ଯୋଗ ଶିବିର ରହିଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories