ଓଟିଏମ୍ ପ୍ରିମିଅର ଲିଗ୍, ଲିଟୁ ଲାୟନସ୍ ଚମ୍ପିୟାନ
ଚୌଦ୍ୱାର: ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଓଟିଏମ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି। ଚୌଦ୍ୱାର ପୌରପାଳିକାର ୬, ୭, ୮, ୧୧ ଓ ୧୨ନମ୍ବର ୱାର୍ଡ଼ର ମୋଟ ୮ଟି ଟିମକୁ ନେଇ ଓଟିଏମ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ପାତ୍ର ପାୱାରସ୍ ଓ ଲିଟୁ ଲାୟନସ୍ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସୀମିତ ୬ ଓଭରରେ ଲିଟୁ ଲାୟନସ୍ ୭୨ରନ୍ ସଂଗ୍ରହ କରିଥିବାବେଳେ ପାତ୍ର ପାୱାରସ୍ ମାତ୍ର ୫୪ରନ୍ରେ ସୀମିତ ହୋଇଥିଲା। ଫଳରେ ଲିଟୁ ଲାୟନସ୍ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଉଦଯାପନୀ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହିତ ନଗଦ ୩୩ ହଜାର ଓ ରନର୍ସଅଫ୍ ଦଳକୁ ଟ୍ରଫି ସହିତ ୨୨ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।
ପ୍ରାୟୋଜକ ମୋନାର୍କ ହୋଟେଲର ସ୍ୱତାଧିକାରୀ ଦେବସ୍ମିତା ନାୟକ, ଶାରଳା ଫ୍ୟାବ୍ରିିକ୍ସର ଗଜେନ୍ଦ୍ର ସାହୁ, ଶିବନାରାୟଣ ନାୟକ, ଆଇଆଇସି ବିରଞ୍ଚି ନାରାୟଣ ପତି, ପୌରାଧ୍ୟକ୍ଷା ମନାସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ପ୍ରମୁଖ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ ଅର୍ଜୁନ ପଣ୍ଡା, ସୁବ୍ରତ ସାମଲ, ପ୍ରଦୀପ ଗନ୍ତାୟତ, ବିଶ୍ୱଜିତ ମହାନ୍ତି, ଅନନ୍ଦ ସାମଲ, ବିଭୁତି ଭୂଷଣ ବଡ଼ୁ, ଅଶୋକ ଦାସ, ଅବିନାସ ଗଡ଼ନାୟକ, ବିଜୟ ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଏହି ଅବସରରେ ଚୌଦ୍ୱାର ପୁଲିସ ଓ ଚୌଦ୍ୱାର ମ୍ୟୁନିସିପାଲଟି ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଚୌଦ୍ୱାର ପୁଲିସ ନିର୍ଦ୍ଧାରିତ ୮ ଓଭର ଖେଳି ୨ୱିକେଟ ହରାଇ ୯୩ରନ ସଂଗ୍ରହ କରି ବିଜୟୀ ହୋଇଥିବା ବେଳେ ମ୍ୟୁନିସିପାଲିଟି ଟିମ ସମସ୍ତ ୱିକେଟ ହରାଇ ୪୩ ରନ କରିବାରେ ସକ୍ଷମ ହୋଇଥିଲା।
Comments are closed.