BJD Bijuli 480×75 Mob

ସ୍ୱଚ୍ଛ ସର୍ଭେକ୍ଷଣ ସେବା ପୁରସ୍କାର ପ୍ରଦାନ

BJD Bijuli 480×75 Mob

ଚୌଦ୍ୱାର:ଚୌଦ୍ୱାର ପୌରପାଳିକା ତରଫରୁ ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୨ ସମ୍ପର୍କିତ କାର୍ଯ୍ୟକ୍ରମ ୧୭ ନମ୍ବର ୱାର୍ଡ଼ସ୍ଥିତ ମଳପଙ୍କ ବିଶୋଧନାଗାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, କଟକ ଜିଲା ସହରାଞ୍ଚଳ ବିକାଶ ସଂସ୍ଥା(ଡୁଡା)ର ଟିମ୍ ଲିଡ଼ର ଅକ୍ଷୟ ମିଶ୍ର, ପୌର ନୋଡ଼ାଲ ଅଫିସର ବିଚିତ୍ରାନନ୍ଦ ସ୍ୱାଇଁ, ପିୟୁଷ କୁମାର ସହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବରୁ ସ୍ୱଚ୍ଛ ସର୍ଭେକ୍ଷଣ ଉପରେ ହୋଇଥିବା ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ, ବକ୍ତୃତା, ସ୍ଲୋଗାନ୍ ଆଦି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ମିଶନ୍ କାର୍ଯ୍ୟକାରିତା ଦିଗରେ ସହଯୋଗ କରିଥିବା ଉଦ୍ଧାର ଫାଉଣ୍ଡେସନ୍ ଓ ଲ ଅନୁଷ୍ଠାନ ସହିତ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସ୍ୱଚ୍ଛ ସର୍ଭେକ୍ଷଣ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ୱଚ୍ଛ ସର୍ଭେକ୍ଷଣରେ ଚୌଦ୍ୱାର ପୌର ପାଳିକାକୁ ଶ୍ରେଷ୍ଠରେ ରଖିବାକୁ ଶପଥପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସ୍ୱଚ୍ଛସାଥି, ପୌର କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।

Comments are closed.