www.samajalive.in
Monday, December 15, 2025
27.1 C
Bhubaneswar

ଚୌଦ୍ୱାରରେ ମା’ ଶ୍ୟାମାକାଳୀ ପୂଜା

ଚୌଦ୍ୱାର: ଚୌଦ୍ୱାର ସହରରେ ବିଭିନ୍ନ ସ୍ଥାନରେ ମା ଶ୍ୟମାକାଳିଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଛି। ବଧୀପଡ଼ିଆସ୍ଥିତ ଶ୍ମଶାନ ନିକଟ ଶ୍ମଶାନବାସିନୀ ମା’ କାଳୀ ମନ୍ଦିରରେ ଗତ ଶନିବାର ଠାରୁ ଆରମ୍ଭ ହୋଇ ଥିବା ଉତ୍ସବରେ ଅଙ୍କୁରାରୋପଣ, ଅଧିବାସ, କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜନ, ଚଣ୍ଡିପାଠ, ଚଣ୍ଡୀ ଆହୁତି, ମହାପୂଜା ଆଦି ବହିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତି ସଂଧ୍ୟାରେ ଭଜନ ସମାରୋହ, ନାମ ସଂକୀର୍ତ୍ତନ ଆଦି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ମଶାନକାଳୀଙ୍କ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।

ଏହି କାର୍ଯ୍ୟକ୍ରମ ୫ଦିନ ଧରି ଚାଲିବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି। ବଧୀମଠ ପରିସରରେ ନିର୍ମିତ ମା’କାଳୀଙ୍କ ମୃଣ୍ମୟ ପ୍ରତିମାଙ୍କ ପୂଜାର୍ଚ୍ଚନା ସମାରୋହରେ ଅନୁଷ୍ଠିତ ହୋଇଛି। ଥର୍ମାଲ ରୋଡ଼ ପାଖ ଘଡ଼ଘଡ଼ିହୁଡ଼ା ଶ୍ମଶାନ ନିକଟ ମା’ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ ସୋମବାର ଦିନ ସକାଳରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେବୀଙ୍କର ମହାପୂଜା ଅନୁଷ୍ଠିତ ହୋଇଥିଲା। ଥର୍ମଲ ରୋଡ଼ରେ ନିର୍ମିତ ମାଙ୍କ ମୃଣ୍ମୟ ପ୍ରତିମା ଦେଖିବାକୁ ମଣ୍ଡପରେ ଜନ ଗହଳି ପରିଲକ୍ଷିତ ହୋଇଥିଲା। ଚାରବାଟିଆସ୍ଥିତ କାଳୀ ମନ୍ଦିର, ଗୋଡ଼ିପାଟଣା ସ୍ଥିତ କାଳୀ ମନ୍ଦିର,ବୈଦ୍ୟେଶ୍ୱରସ୍ଥିତ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ରୀତିନୀତିରେ ପୂଜାଚ୍ଚନା ହୋଇଥିବା ଜଣା ପଡ଼ିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories