www.samajalive.in
Monday, December 15, 2025
27.1 C
Bhubaneswar

ଗୋପବନ୍ଧୁ ନର୍ସିଂ କଲେଜରେ ଦୀପାବଳି ପାଳିତ

ଗୁରୁଡିଝାଟିଆ: ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ମନଭରି ପାଳନ କରିଛନ୍ତି ଗୋପବନ୍ଧୁ ନର୍ସିଂ କଲେଜର ବିଦ୍ୟାର୍ଥୀମାନେ। କରୋନା କଟକଣା ପରେ ବିଦ୍ୟାର୍ଥୀମାନେ ସମବେତ ହୋଇ ଭାରତୀୟ ଗୌରବଜ୍ୱଳ ସଂସ୍କୃତିର ଅନନ୍ୟ ନିଦର୍ଶଦ ଦୀପାବଳିକୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପାଳନ କରିଥିଲେ। ପିତୃପୁରୁଷ , କତ୍ୱକି ଓ ବଶିଷ୍ଟାଦି ଋଷିମାନଙ୍କୁ ସ୍ମରଣ କରି ଆଧ୍ୟାତ୍ମିକ ଢଙ୍ଗରେ ଦୀପାବଳିକୁ ପାଳନ କରିଥିଲେ। କରୋନା ପାଇଁ ଆତଶବାଜି କଟକଣା ଥିବାରୁ ଚଳିତବର୍ଷ ବିଦ୍ୟାର୍ଥୀମାନେ ମନଭରି ବିଭିନ୍ନ ପ୍ରକାରର ଶବ୍ଦ ବିହୀନ ବାଣ ରେ ଖୁସି ମନାଇଥିଲେ। ଘରକୁ ଯାଇନଥିଲେ ମଧ୍ୟ ବିଦ୍ୟାର୍ଥୀମାନେ ଏକ ମନ ଏକ ଭାବନା ନେଇ ସମବେତ ହୋଇ ପିତୃପୁରୁଷ ଓ ଋଷିମାନଙ୍କ ଉଦ୍ଦେଶ୍ୟରେ ଦୀପାବଳି ପାଳନ କରି ଉପଭୋଗ କରିଥିଲେ।

ପ୍ରତିଷ୍ଠାନ  ତଥା ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରାରମ୍ଭରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଦୀପାବଳି ପାଳନର ଉଦ୍ଦେଶ୍ୟ ଓ ପାଳନର ବିଧି ସଂପର୍କରେ କହିବା ସହ ଆଜିର ଦିନରେ ପିତୃଲୋକମାନେ ମର୍ତ୍ତ୍ୟମଣ୍ଡଳକୁ ଆସିଥାନ୍ତି ବୋଲି କହିଥିଲେ। ନର୍ସିଂ କଲେଜର ଶିକ୍ଷୟିତ୍ରୀ ମଧୁସ୍ମୀତା ରାଉତ, ଗୀତାଞ୍ଜଳି ନନ୍ଦ ଓ ଜୟଶ୍ରୀ ପ୍ରଧାନ ପ୍ରମୁଖଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୀପାବଳି ପାଳନ କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories