ଆବଶ୍ୟକ ସାମଗ୍ରୀ
ଗୁପଚୁପ – ଆବଶ୍ୟକ ପରିମାଣରେ
ସିଝା ଆଳୁ – ୨ଟି
ଚାର୍ଟ ମସଲା – ୧ଚାମଚ
ଲେମ୍ବୁ ରସ – ୧ଚାମଚ
କଟା ପିଆଜ – ୨ଟି
ଦହି – ୧କପ
କଳାଲୁଣ – ଅଳ୍ପ
ଚିନି – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ବଟା କଞ୍ଚାଲଙ୍କା – ଅଳ୍ପ
ତେନ୍ତୁଳି ଚଟଣି – ଅଳ୍ପ ( ଅଳ୍ପ ଚିନି )
କଟା ସେଓ – ୧ଟି
ଧନିଆ ପତ୍ର – ଅଳ୍ପ
ଛଣା ସେଓ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଆଳୁ, ଚାର୍ଟ ମସଲା, ଲେମ୍ବୁ ରସ ମିଶାଇ ଚକଟି ଦିଅନ୍ତୁ। ଅନ୍ୟ ଆଉ ଏକ ପାତ୍ରରେ ଦହି, କଳାଲୁଣ, ଚିନିକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଗୋଟେ ଗୋଟେ ଗୁପଚୁପ ରଖି ତା’ର ମଝି ଅଂଶକୁ କଣା କରନ୍ତୁ। କଣା କରିବା ପରେ ତା’ମଧ୍ୟରେ ଆଳୁ ମିଶ୍ରଣକୁ ରଖନ୍ତୁ। ଏହା ଉପରେ ଦହି, ଚାର୍ଟ ମସଲା , କଟା ସେଓ, ମିଠା ଖଟା ତେନ୍ତୁଳି ଚଟଣି, କଳା ଲୁଣ, ପିଆଜ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଛଣା ସେଓ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ବଟାଟା ପୁରୀ ଚାର୍ଟ।



