www.samajalive.in
Monday, December 15, 2025
24.1 C
Bhubaneswar

ଆସନ୍ତା ମାସରେ ମହାକାଶକୁ ପଠାଯିବ ଚନ୍ଦ୍ରଯାନ-୨!

ଚେନ୍ନଇ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ବର୍ଷ ଅପ୍ରେଲ ମାସ ସୁଦ୍ଧା ଚନ୍ଦ୍ରଯାନ-୨କୁ ମହାକାଶକୁ ପଠାଇବାର ଲକ୍ଷ୍ୟ ରଖିଛି। ଏଥର ଚନ୍ଦ୍ରଯାନ-୨ ସହ ଏକ ରୋବର୍ଟକୁ ପଠାଯିବ। ଏହି ରୋବର୍ଟ ଚନ୍ଦ୍ରରେ ଓହ୍ଲାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିବ।

ଇସ୍ରୋ ଅଧ୍ୟକ୍ଷ ପ୍ରଫେସର କେ.ସିବନଙ୍କ କହିବା ଅନୁସାରେ ଚଳିତ ବର୍ଷ ଅପ୍ରେଲରେ ଏହି ମିଶନ ପୂରା ନ ହେଲେ ଅକ୍ଟୋବର ମାସରେ ଚନ୍ଦ୍ରଯାନ-୨କୁ ଉତ୍‌କ୍ଷେପଣ କରାଯିବ । ପ୍ରକାଶ ଯେ ଏହା ପୂର୍ବରୁ ୨୦୦୮ ଅକ୍ଟୋବର ୨୨ରେ ଚନ୍ଦ୍ରଯାନ-୧କୁ ମହାକାଶକୁ ପଠାଯାଇଥିଲା ।

- Advertisement -

ଚନ୍ଦ୍ରଯାନ- ୨ ସହ ଏକ ଆର୍ବିଟର, ଲ୍ୟାଣ୍ଡର ଏବଂ ୬ ଚକ ବାଲା ରୋବର୍ଟ ମହାକାଶକୁ ପଠାଯିବ । ଚନ୍ଦ୍ର କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ-୨ରୁ ରୋବର୍ଟଟି ଅଲଗା ହୋଇଯିବ । ଏହାପରେ ବୈଜ୍ଞାନିକମାନେ ଏହାକୁ ଚନ୍ଦ୍ରରେ ଅବତରଣ କରାଇବେ। ଏହି ରୋବର୍ଟ ଚନ୍ଦ୍ର ପୃଷ୍ଠରେ ଘୁରିବୁଲି ବିଭିନ୍ନ ଫଟୋ ଉଠାଇବା ସହ ଆବଶ୍ୟକ ତଥ୍ୟ ପଠାଇବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories