ରାଜଧାନୀରେ ବୋମାମାଡ଼: ୨ ଆହତ, କାର ଭାଙ୍ଗି ଚୁରମାର

ରାଜଧାନୀରେ ବୋମାମାଡ଼। ନୀଳାଦ୍ରି ବିହାର ଅଞ୍ଚଳରେ ବୋମାମାଡ଼ କରିିଛି। ଏକ କଳା ରଙ୍ଗର ବାଇକରେ ଆସି ୨ଜଣ ଯୁବକ ବୋମାମାଡ଼ କରିଥିଲେ। ଏଥିରେ ୨ଜଣ ଆହତ ହୋଇଥିବାବେଳେ ଗୋଟିଏ କାର ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି ଏବଂ ଅଭିଯୁକ୍ତକୁ ଚିହ୍ନଟ ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୁଲିସ। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ପୂର୍ବ ଶତ୍ରୁତାର ଉକ୍ତ ୨ଜଣ ଯୁବକ ବୋମାମାଡ଼ କରିଥିବା ପୁଲିସ ସନ୍ଦେହ କରୁଛି।

Comments are closed.