www.samajalive.in
Tuesday, December 9, 2025
26.1 C
Bhubaneswar

ଚନ୍ଦ୍ରଯାନ-୨ ସଫ୍ଟୱେର ବିକାଶ କଲା ଆଇଆଇଟି କାନପୁର

କାନପୁର : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଜୁଲାଇ ୧୫ରେ ଏହାର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ଆରମ୍ଭ କରିବାକୁ ଯାଉଛି। ଏଥିରେ ସହଯୋଗ ନିମନ୍ତେ ଆଇଆଇଟି କାନପୁର ପକ୍ଷରୁ ଏକ ବିଶେଷ ସଫ୍ଟୱେର ବିକଶିତ କରାଯାଇଛି। ଏହା ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ମାର୍ଗଦର୍ଶନ କରିବ। ଏଥିନେଇ ୨୦୦୯ରେ ଆଇଆଇଟି ଓ ଇସ୍ରୋ ମଧ୍ୟରେ ୨ଟି ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ପ୍ରଥମଟି ଚନ୍ଦ୍ରଯାନ-୨ ପାଇଁ ଚନ୍ଦ୍ର ପୃଷ୍ଠର ମାନଚିତ୍ର ପ୍ରସ୍ତୁତି ଏବଂ ଦ୍ବିତୀୟଟି ପଥ ପ୍ରଦର୍ଶନ କରିବା ଲାଗି ଉଦ୍ଦିଷ୍ଟ ଥିଲା। ଆଇଆଇଟି କାନପୁରର ପ୍ରଫେସର କେ.ଏ. ଭେଙ୍କଟେଶ୍ବର ଏବଂ ପ୍ରଫେସର ଆଶିଷ ଦତ୍ତା ମିଳିତ ଭାବେ ଏହି ସଫ୍ଟୱେର ପ୍ରସ୍ତୁତ କରି ଇତିମଧ୍ୟରେ ଇସ୍ରୋକୁ ହସ୍ତାନ୍ତର କରିଛନ୍ତି। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା କ୍ଷଣି ଗତି ଯୋଜନା (ମୋସନ ପ୍ଲାନିଂ) ଆରମ୍ଭ ହୋଇଯିବ। ପ୍ରଥମେ ଚନ୍ଦ୍ରଯାନ-୨ରେ ଖଞ୍ଜାଯାଇଥିବା ବିଶେଷ ରୋଭର ଚନ୍ଦ୍ରପୃଷ୍ଠରେ ଚିତ୍ର ପ୍ରସ୍ତୁତ କରିବା ସହ ରୁଟ ଚାର୍ଟ ତିଆରି କରିବ। ତାହା ପ୍ରସ୍ତୁତ କରିବା ବେଳେ ଦୁଇ ପ୍ରକାରର ରେଖା ଅଙ୍କିତ ହେବ। ଯଦି ରାସ୍ତା ସିଧା ତେବେ ସରଳରେଖା ଏବଂ ବଙ୍କା ହୋଇଥିଲେ ବକ୍ର ରେଖା ଚିତ୍ରିତ ହେବ। ଚନ୍ଦ୍ରପୃଷ୍ଠରେ ରୋଭର ଭଲ ଭାବେ କାମ କରିବ। ଏଥିନେଇ ସେଥିରେ ୬ଟି ଚକ ଲଗାଯାଇଛି ଓ ଆଲୁମିନିୟମର ଉପଯୋଗ କରାଯାଇଛି। ଇସ୍ରୋ ଏହି ଅଭିଯାନ ଦ୍ବାରା ଚନ୍ଦ୍ରର ଦକ୍ଷିଣାଞ୍ଚଳରେ ପହଞ୍ଚିବ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ। ଅଦ୍ୟାବଧି କୌଣସି ମହାକାଶ ସଂସ୍ଥା ଉକ୍ତ ସ୍ଥାନରେ ପହଞ୍ଚି ନ ଥିବା ଜଣାଯାଇଛି।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories