www.samajalive.in
Monday, December 15, 2025
15.1 C
Bhubaneswar

ରାସ୍ତା କାମରେ ଅନିୟମିତତା ଅଭିଯୋଗ, ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ଫଳ ଶୂନ

ଚାନ୍ଦିପୁଟ : ଗଜପତି ଜିଲ୍ଲା ପୂର୍ତ୍ତ ବିଭାଗର ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିଠାରୁ ଅନ୍ତରବା ଚୁଡଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ବେଳେ ରାସ୍ତା ମଧ୍ୟରେ ନିର୍ମାଣାଧିନ ନବ ନିର୍ମିତ ବ୍ରିଜଟି ଦବି ଯାଇ ଡ଼ଙ୍ଗା ସଦୃଶ ହୋଇପଡିଛି । ଏହା ସହ ନିମ୍ନମାନର କାମ ଯୋଗୁଁ ପୋଲ ତଳୁ ଛେଲୁଆ ଛେଲୁଆ ହୋଇ ସିମେଣ୍ଟ ପଲସ୍ତରା ବିଭିନ୍ନ ସ୍ଥାନରୁ ଖସି ତଳେ ପଡୁଛି। ଯାହାଫଳରେ ବ୍ୟବହୃତ ଲୁହାଛଡ଼ ମଧ୍ୟ ଦିଶୁଛି । ବ୍ରିଜର ଦୁଇ ପାର୍ଶ୍ଵରେ ଗାର୍ଡୱଲ ନିର୍ମାଣ କରାନଯାଇ ମାଟି ପକାଯାଇଛି, ଲୁହା ରଡ଼୍‌ ମଧ୍ୟ ବା‌ହାରକୁ ବାହାରି ରହିଛି । ଏଭଳି ଅବସ୍ଥାରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ବୃଦ୍ଧି ପାଇବା ସହ ଲୋକଙ୍କ ଧନଜୀବନ ହାନି ଘଟୁଛି। ଫଳରେ ଏହି ରାସ୍ତା ପ୍ରତି ମୂହୁର୍ତ୍ତରେ ମୃତ୍ୟୁକୁ ଜଗି ବସିଛି ବୋଲି ପ୍ରକାଶ କରିଛନ୍ତି ବାରିଆବନ୍ଧ ଗ୍ରାମର ଯାକବ ରଇତ, ସନ୍ୟା ଶବର, ଗୁରୁବାଡା ମଣ୍ଡଲ, ପ୍ରଶାନ୍ତ ଗମାଙ୍ଗ, ଯୁନେଶ ଶବରଙ୍କ ସମେତ ପାଞ୍ଚୋଟି ପଞ୍ଚାୟତର ଅଞ୍ଚଳବାସୀ ।

ଚନ୍ଦ୍ରଗିରିଠାରୁ ଅନ୍ତରବା ଓ ଚୁଡଙ୍ଗପୁର ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ରହିଥିବା ବେଳେ ରାସ୍ତାର ମାତ୍ର ୫କିମି ୨୦୦ମିଟର ରାସ୍ତାକୁ ଦେଢବର୍ଷ ହେବ ପ୍ରଶସ୍ତିକରଣ ଓ ଉନ୍ନତିକରଣ କରାଯାଉଛି । ଏଥିପାଇଁ ପ୍ରାୟ ସାତ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ ମଞ୍ଜୁରରେ ନିର୍ମାଣ କାର୍ଯ୍ୟ ଚାଲିଛି। ଧାର୍ଯ୍ୟ ଅବଧି ମାର୍ଚ୍ଚ ୨୦୨୨ ସରିଯାଇଥିଲେ ମଧ୍ୟ କାମ ଏଯାବତ ସରିନାହିଁ। ଅପରପକ୍ଷରେ ପୂର୍ବରୁ ଥିବା ରାସ୍ତାକୁ ନଖୋଳି ପଥରଗୁଣ୍ଡ ଓ ମେଟାଲ ପକାଯାଇଛି । ରାସ୍ତାର ଚାରୋଟି ସ୍ଥାନରେ ହୋଇଥିବା ବ୍ରିଜ ଓ କଲଭର୍ଟ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀ । ରାସ୍ତାରେ ପାଣି ନପକାଇବା ଯୋଗୁ ଦୈନିକ ଧୂଳି ଉଡ଼ି ଶ୍ବାସ ଜନିତ ରୋଗର ଶିକାର ହେବାକୁ ପଡୁଛି । ଏହା ସହ ରନ୍ଧାଯାଉଥିବା ହାଣ୍ଡିଶାଳ ଓ ଖାଦ୍ୟ ପଦାର୍ଥରେ ମଧ୍ୟ ପଥରଗୁଣ୍ଡ ପଡ଼ୁଥିବା ଯୋଗୁ ଜନଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏଭଳି ପରିସ୍ଥିତିକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ଠିକାଦାରଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ପୁନର୍ବାର ସମସ୍ୟା ନେଇ ପାରଳାଖେମୁଣ୍ଡି ପୂର୍ତ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସମେତ ଗଜପତି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପତ୍ର ଗ୍ରାମବାସୀ ପଠାଇଥିବା କହିଛନ୍ତି। ଏହା ସତ୍ତ୍ୱେ ରାସ୍ତାକୁ ସଠିକ ଭାବେ ମରାମତି କରାନଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

- Advertisement -

ସମସ୍ୟା ନେଇ ଆମେ ମୋହନା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାକର ସେଠୀଙ୍କୁ ପଚାରିବାରୁ ରାସ୍ତା କାମରେ ଅନିୟମିତତା ହେଉଥିବା ଘଟଣା ସତ। କାରଣ ରାସ୍ତା ଖରାଫ ଯୋଗୁଁ ସେ ନିଜେ ବାଇକରେ ଯିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିବା ଫୋନରେ କହିଛନ୍ତି । ଏଭଳି ସ୍ଥିତିରେ ଠିକାଦାରଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଝାଡ଼ି ଦେଇଛନ୍ତି ସହକାରୀ ଯନ୍ତ୍ରୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories