www.samajalive.in
Saturday, December 6, 2025
14.1 C
Bhubaneswar

ବାହା ହେବାକୁ ୬କିମି ଚାଲିଲେ ବର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପାର୍ତ୍ତିବେଡ଼ା ଗାଁର ଯୁବକ ବାହା ହେବାକୁ ୬କିମି ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଛି । ପାର୍ତ୍ତିବେଡ଼ା ଗାଁର ଯୁବକ ନରେଶ ପ୍ରାସ୍କା ଆଦିବାସୀ ପରମ୍ପରା ଅନୁଯାୟୀ ବିବାହ କରିବା ପାଇଁ ପୂଜାରିଗୁଡା ପଞ୍ଚାୟତର ଡିବିଲିପାଡୁ ଗାଁକୁ ଯିବା ପାଇଁ ୪ଟି ଗାଡି ଭଡା କରିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ବିବାହ ସମୟରେ ଚାଳକ ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିଥିଲେ । ସେହି ସମୟରେ ଉକ୍ତ ଅଂଚଳର ସମସ୍ତ ଚାଳକମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଗାଡି ନେଇନଥିଲେ । ଯାହା ଫଳରେ ନରେଶଙ୍କ ବିବାହ ବେଳା ଗଡି ଯିବ ବୋଲି ଗୁରୁବାର ସନ୍ଧ୍ୟା ୬ଘଣ୍ଟାରେ ଗାଁରୁ ବାହାରି ପ୍ରାୟ ୬କିମି ପରିବାର ଲୋକେ, ବନ୍ଧୁବାନ୍ଧବ ସମସ୍ତେ ମିଶି ଚାଲି ଚାଲି କନ୍ୟା ଘର ପୂଜାରିଗୁଡା ପଞ୍ଚାୟତର ଡିବିଲିପାଡୁ ଗାଁରେ ଭୋର ୩ଟା ସମୟରେ ପହଞ୍ଚିଥିଲେ ।ବିବାହରେ ଲାଗୁଥିବା ଜିନିଷଗୁଡିକ ବାଇକରେ ବୋହି ନେଇଥିବା ଦେଖିବାକୁ ମିଳିଛି । ଆଜି ବିବାହ ଉତ୍ସବ ସାରି ପୁଣି ସନ୍ଧ୍ୟାରେ କନ୍ୟାକୁ ଧରି ଚାଲି ଆସିବେ ବୋଲି ପରିବାର ଲୋକେ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories