www.samajalive.in
Sunday, December 14, 2025
17.1 C
Bhubaneswar

ଜିଲା ପ୍ରଶାସନ ପ୍ରଦାନ ଜମିକୁ ନେଇ ପୂର୍ବତନ ମାଓଦମ୍ପତିଙ୍କ ଅସନ୍ତୋଷ

ଚାନ୍ଦିପୁଟ: ମାଓବାଦୀ କାର୍ୟ୍ୟକଳାପରେ ଲିପ୍ତ ରହି ମାଓହିଂସା କାର୍ୟ୍ୟକଳାପରେ ଜଡିତ ଥିବା ଦୁଇ ଦମ୍ପତି ଆତ୍ମସମର୍ପଣ ପରେ ସାଧାରଣ ଜୀବନଯାପନ ଅତିବାହିତ କରୁଛନ୍ତି। ତେବେ ଦୁଇ ପୁର୍ବତନ ମାଓ ଦମ୍ପତିଙ୍କୁ ଜିଲା ପ୍ରଶାସନ ପ୍ରଦାନ କରିଥିବା ଜମିକୁ ନେଇ ବିବାଦ ଦେଖାଦେଇଛି। ଏବେ ପୂର୍ବତନ ମାଓ ଦମ୍ପତି ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜମିରେ ଘର ତିଆରି କରୁଥିବାବେଳେ ରାଜସ୍ବ ନିରୀକ୍ଷକ ପ୍ରତିବନ୍ଧକ ଲଗାଇବାରୁ ସମସ୍ୟା ସୃଷ୍ଟି ହୋଇଛି।

ଏ ନେଇ ସେମାନେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ପୁଲିସ ମହାନିର୍ଦେଶକଙ୍କୁ ସମସ୍ୟା ସମାଧାନ ସମ୍ପର୍କରେ ନିବେଦନ କରିବେ ବୋଲି ସୂଚନା ଦେଇଛନ୍ତି।

- Advertisement -

ଅପରପକ୍ଷରେ ମୋହନା ତହସିଲଦାର ସୁଧାଂଶୁ ଭୂଷଣ ପଲାଇ କହିଛନ୍ତି ଯେ ପୂର୍ବତନ ମାଓଦମ୍ପତିଙ୍କୁ ଆତ୍ମସମର୍ପଣ ସମୟରେ କେତେ ଜମି ଦିଆଯାଇଥିଲା ତାହାର ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ। ଆତ୍ମ ସମର୍ପଣ ସମୟରେ ସେମାନଙ୍କୁ କେତେ ଜମି ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଥିଲା ତାହା ଅନୁଧ୍ୟାନ କରାଯିବ ଓ ସେମାନଙ୍କର ଯାହା ପ୍ରାପ୍ୟ ତାହା ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

୧୯୯୨ ମସିହା ଡିସେମ୍ବର ୨ ତାରିଖରେ ଆନ୍ଧ୍ର ପ୍ରଜା ଗରିଲା ଆର୍ମି ଗଠନ କରାଯାଇଥିଲା। ସେତେବେଳେ ସେହି ଆର୍ମିରେ ଆନ୍ଧ୍ର ପ୍ରଦେଶର ଦୁର୍ଦ୍ଦାନ୍ତ ମାଓବାଦୀ ସୂର୍ୟ୍ୟମ୍ ମାଝୀ ଓ ଓଡ଼ିଶାର ପବିତ୍ରା ନାୟକ ଦୁଇ ଦମ୍ପତି ଦୀର୍ଘ ବର୍ଷ ଧରି ମାଓ କାର୍ୟ୍ୟ କଳାପ​‌ରେ ଜଡ଼ିତ ହେବା ପରେ ଆତ୍ମ ସମର୍ପଣ କରିଥିଲେ।

ଗଜପତି ଜିଲା ମୋହନା ବ୍ଲକ୍ ବିରିକୋଟରେ ରହୁଥିବା ସୂର୍ଯ୍ୟମ ମାଝୀ ଓ ତାଙ୍କ ପତ୍ନୀ ପବିତ୍ରା ନାୟକ ଗତ ୨୦୦୭ ମସିହାରେ ମାଓ କାର୍ୟ୍ୟକଳାପ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ତତ୍କାଳୀନ ଗଜପତି ଏସପି ଙ୍କ୍ ନିକଟରେ ଆତ୍ମ୍ୟ ସମର୍ପଣ କରିଥିଲେ। ସେତେବେଳେ ସୂର୍ଯ୍ୟମଙ୍କ ମୁଣ୍ଡ ପାଇଁ ଆନ୍ଧ୍ର ସରକାର ୪ ଲକ୍ଷ ଓ ଓଡ଼ିଶା ସରକାର ୨ ଲକ୍ଷ ଟଙ୍କା ମଧ୍ୟ ଘୋଷଣା କରିଥିଲା।

ସୂର୍ଯ୍ୟମ ଓ ତାଙ୍କ ପତ୍ନୀ ଆତ୍ମ ସମର୍ପଣ କରିବା ପରେ ଗତ ୨୦୦୯ ମସିହାରେ ପବିତ୍ରାଙ୍କୁ ସରକାରଙ୍କ ପକ୍ଷରୁ ଗୁରୁଝୋଳୀ ପଞ୍ଚାୟତରେ ଅଙ୍ଗନବାଡ଼ି କର୍ମୀ ଭାବରେ ନିଯୁକ୍ତି ମିଳିଛି। ୨୦୧୧ ମସିହାରେ ସରକାରଙ୍କ ପକ୍ଷରୁ ବିରିକୋଟ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଜମି ଚିହ୍ନଟ ପରେ ସେହି ଜାଗାରେ ଘର ତିଆରି ପାଇଁ ଅନୁମତି ଦିଆଯାଇଥିଲା ଏବଂ ସେମାନଙ୍କୁ ରେକର୍ଡରେ ଖାତିୟାନ ନଂ ୨୦୦/ ୧୯୦! ଓ ପ୍ଲଟ ନଂ ୬୮୧/୬୫୯ ରେ ମାତ୍ର ୦.୦୨୪ ହେକ୍ଟର ଜମି ପ୍ରଦାନ କରାଯାଇଥିଲା।

ବିରିକୋଟ ପଞ୍ଚାୟତ କାର୍ୟ୍ୟାଳୟ ସାମ୍ନାରେ ଦର୍ଶାଯାଇଥିବା ଜାଗାରେ ଘର କରିବାକୁ ଆରମ୍ଭ କରିଥିବାବେଳେ ଗତକାଲି ବିରିକୋଟ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳକୁ ଯାଇ ଜମିରେ ମାପ କରି କମ ଜମି ଚିହ୍ନଟ କରି ସୀମା ନିର୍ଧାରଣ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories