www.samajalive.in
Sunday, December 14, 2025
15.1 C
Bhubaneswar

କନ୍ଧମାଳ ଜିଲା ମିଳିତ ଅମଲା ମଞ୍ଚର ଜରୁରି ବୈଠକ, ଆନ୍ଦୋଳନ ପାଇଁ ସଜବାଜ

ଫୁଲବାଣୀ:ରାଜ୍ୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି ଓ ପରାମର୍ଶ କ୍ରମେ ଫୁଲବାଣୀ ସଦର ମହକୁମାରେ କନ୍ଧମାଳ ଜିଲା ମିଳିତ ଅମଲା ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୩ ଓଆରଏଏସ୍ , ଓଏମ୍ଓଏ ଏବଂ ଓଟିଏ ଏବଂ ଅନ୍ୟ ସମଭାବାପର୍ଣ୍ଣ ଅମଲା ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ଓଡିଶା ସରକଙ୍କ ସଂଶୋଧିତ ବେତନହାର ନିୟମ ୨୦୧୭ ଅନୁଯାୟୀ ରାଜ୍ୟ ସରକାର ଜିଲାସ୍ତରୀୟ ଅମଲାମାନଙ୍କ ସର୍ବନିମ୍ନ ପ୍ରବେସିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଏବଂ କମ୍ପୁଟର ଦକ୍ଷତା ରଖିଥିବା ବେଳେ ସେମାନଙ୍କ ବେତନ ସଂଶାଧନ କରିନାହାନ୍ତି ।

ରାଜ୍ୟ ସ୍ତରୀୟ/ଜିଲା ସ୍ତରୀୟ ଅମଲା ସଂଘ ଏହି ବାବଦରେ ବହୁ ପୂର୍ବରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ, ସରକାର ଏଥିପ୍ରତି ଆଜିସୁଦ୍ଧା କର୍ଣ୍ଣପାତ କରିନାହାନ୍ତି । ସୂଚନା ଯୋଗ୍ୟଯେ ଜିଲା ସ୍ତରୀୟ ଅମଲାମାନେ ସରକାରଙ୍କ ବିଭିନ୍ନ ବିଭାଗର ଗୁରୁତ୍ୟପୂର୍ଣ୍ଣ କାର୍ୟ୍ୟ ନିର୍ବାହ କରୁଥିଲେ ମଧ୍ୟ ସମାନ ଯୋଗ୍ୟତା ଥିବା ଅନ୍ୟ କର୍ମଚାରୀ ମାନଙ୍କ ଠାରୁ ନିମ୍ନ ହାରରେ ବେତନ ପାଉଛନ୍ତି । ଏହି ବିଷୟରେ ଅମଲା ମାନେ ବାରମ୍ବାର ଦୀର୍ଘଦିନ ହେବ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

- Advertisement -

ଏଣୁ ଅମଲା ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇବାର ପ୍ରକାଶ ପାଇଛି । ରାଜ୍ୟ ମିଳିତ ଅମଲା ମଞ୍ଚର ବୈଠକ କ୍ରମେ କନ୍ଧମାଳ ଜିଲାର ଏକ ମିଳିତ ଅମଲା ମଞ୍ଚର କର୍ମକର୍ତ୍ତା ଗଠନ କରାଯାଇଛି । ଏଥିରେ ଦେବନ୍ଦ୍ରନାଥ ପାତ୍ର (ସ୍ଥାପନ ଅଧିକାରୀ) ଅଧକ୍ଷ୍ୟ, ସୁବ୍ରତ କୁମାର ମହାନ୍ତି (ବରିଷ୍ଠ ରାଜସ୍ୱ ସହାୟକ) ଏବଂ ଅଶୋକ କୁମାର ଗୌଡ (କନିଷ୍ଠ ସହାୟକ) ଜିଲା ସ୍ତରୀୟ ଆବାହକ, ବିନୋଦ କୁମର ମହାନ୍ତି (ବିଭାଗୀୟ ଅଧିକାରୀ), ବିଶ୍ବନାଥ ବାରିକ (ବିଭାଗୀୟ ଅଧିକାରୀ), ଗଣେଶ ନାୟକ (ବରିଷ୍ଠ ରାଜସ୍ୱ ସହାୟକ) ଏବଂ ସରୋଜ କୁମାର ପାତ୍ରଙ୍କୁ (ସମିକ୍ଷକ) ମିଳିତ ମଞ୍ଚର ଉପଦେଷ୍ଟା ଭାବେ ସର୍ବ ସମ୍ମତିତ କ୍ରମେ ଚୟନ କରାଯାଇଛି।

ଏହି ବୈଠକରେ ସରକାରଙ୍କୁ ଆଗାମୀ ଦିନରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜିଲା ସ୍ତରୀୟ ଅମଲା ମାନଙ୍କ ଦରମା ନିର୍ଦ୍ଧାରଣ କରିବା ପାଇଁ, ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଗଲା ଏବଂ ଯଦି ଆଗାମୀ ଦିନରେ ସରକାର ଅମଲା ମାନଙ୍କ ଦାବୀକୁ କର୍ଣ୍ଣପାତ ନକରନ୍ତି ତେବେ ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ଯେ କୌଣସି ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରିବାକୁ ମିଳିତ ମଞ୍ଚର ନେତୃବୃନ୍ଧ ଓ କର୍ମକର୍ତ୍ତା କୋଠର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories