www.samajalive.in
Sunday, December 14, 2025
26.1 C
Bhubaneswar

ବୋଲଗଡ଼ ଅମୃତ ଉତ୍ସବ ଉଦଯାପିତ

ବୋଲଗଡ଼: ଖୋର୍ଦ୍ଧା ଜିଲାର ଅନ୍ୟତମ ସଂସ୍କୃତିକ ଓ ସ୍ୱାଧୀନତା ସଂଗ୍ରାମ ପୀଠ ବୋଲଗଡ଼ ସଦର ମହକୁମାରେ ଗତ ୩ ଦିନ ଧରି ପନ୍ଦର ଦୋଳ ଯାତ୍ରା ଅବସରରେ ଅନୁଷ୍ଠିତ ହୋଇ ଆସୁଥିବା ଅମୃତ ଉତ୍ସବ ୨୦୨୩ ଶନିବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ମଡ଼ର୍ଣ୍ଣ ଡ୍ୟାନ୍ସ ପରିବେଷଣ କରିଥିଲେ। ଏହାପରେ ଭୁବନେଶ୍ୱର ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗୋଟିପୁଅ ନୃତ୍ୟ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପ୍ରୟୋଜକରେ ସୁବର୍ଣ୍ଣପୁର ଜିଲା ରୂପଶ୍ରୀ କଳା ପରିଷଦ ପକ୍ଷରୁ ସିଂଘାରୀ ଓ ସମ୍ବଲପୁରୀ ନୃତ୍ୟ, ମୟୁରଭଞ୍ଜଜିଲା ପଲ୍ଲବୀ ଏକାଡେମୀ ପକ୍ଷରୁ ମାଲଖମ୍ବ ଓ ବେଗୁନିଆ ଏବିସିଡି କଳାକାର ମାନଙ୍କ ପକ୍ଷରୁ ମଦର୍ଣ୍ଣ ଡ୍ୟାନ୍ସ ଦର୍ଶକଙ୍କୁ ମାନମୁଗ୍ଧ କରିଥିଲା। ଏହି ଅବସରରେ ଏକ ସାଧାରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

- Advertisement -

ଏଥିରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବୋଲଗଡ଼ ଦଶଦୋଳ ପଡିଆ କେବଳ ବୋଲଗଡ଼ ଗର୍ବ ନୁହେଁ ଏହା ଓଡିଶା ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ଯାହାକି ଏଇ ଭୂମୀରେ ୫ହଜାର ପାଇକ ମେଳି ଖୋର୍ଦ୍ଧାକୁ ଇଂରେଜ ମାନଙ୍କ ଠାରୁ ରକ୍ଷା କରିଥିଲା। ଯାହା ଆଜି ଆମ ପାଇଁ ଏମାଟି ପବିତ୍ର ବୋଲି ପ୍ରକାଶ କରିଥିଲେ।

ଏହା ପାଇକ ମାନଙ୍କ ଅର୍ଣ୍ଣପୂର୍ଣ୍ଣା ଫାଇନସର ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟବକ୍ତା, ବରିଷ୍ଠ ସମାଜସେବୀ କୃଷ୍ଣମୋହନ ପାଲଟାସିଂହ, ଜିଲାପରିଷଦ ସଭ୍ୟ ବିଜେଡି ନେତା ଅନାଦୀ ଚରଣ ସାହୁ,ଆଇନୀଜୀବୀ ଚିତ୍ତରଞ୍ଜନ ପରିଡ଼ା,ସରପଞ୍ଚ ଗୀତାଞ୍ଜଳୀ ସାହୁ,ସମିତିସଭ୍ୟା ନିର୍ମଳା ପ୍ରଧାନ, ସମାଜସେବୀ ବୁଲୁ ସାହୁ, ସଂଜୀବ ରାୟ ମହାପାତ୍ର, ପ୍ରମୁଖ ସଂମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ। ସଭାରେ ଶିକ୍ଷକ ବିଚିତ୍ରା ନନ୍ଦ ରାୟଗୁରୁ ମହାପାତ୍ରଙ୍କ ଲିଖିତ କବିତା ସଂକଳନ “ଚିତ୍ର ବିଚିତ୍ରା” ଉନ୍ମୋଚିତ ହୋଇଥିଲା।

ସମ୍ବର୍ଦ୍ଧିତ ଭାବେ ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଷଡଙ୍ଗୀ,ଆଦର୍ଶ ଶିକ୍ଷକ ତଥା ଉକ୍ତ ଉତ୍ସବର ସଂଯୋଜକ ଶ୍ରୀକାନ୍ତ କୁମାର ନାୟକ,ସଙ୍ଗୀତଜ୍ଞ ଅବିନାଶ କୁମାର ସୁବୁଦ୍ଧି,ଆଦର୍ଶ ଶିକ୍ଷକ ବିଚିତ୍ରା ନନ୍ଦ ରାୟଗୁରୁ ମହାପାତ୍ର,ଶିଶୁ ନୃତ୍ୟଶିଳ୍ପୀ ସାଇ ସୌମ୍ୟକାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ଐତିହାସିକ ରବୀନ୍ଦ୍ର କୁମାର ପରିଡା ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories