www.samajalive.in
Sunday, December 14, 2025
26.1 C
Bhubaneswar

ଅତାବିରା ଏନଏସି ନିର୍ବାଚନ, ବିଜେଡ଼ିର ମାରାଥନ ପ୍ରଚାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟର ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢ଼ି ବଢ଼ି ଯାଉଛି। ଅତାବିରାର ବିଭିନ୍ନ ୱାର୍ଡରେ ଆଜି ବିଜେଡ଼ିର ମାରାଥନ ପ୍ରଚାର ଚାରିଗୁଣା ବଢ଼ିଯାଇଛି। ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏନଏସିର ୱାର୍ଡରେ ପ୍ରାର୍ଥୀ ମାନଙ୍କୁ ନେଇ ଘରକୁ ଘର ବିଜେଡ଼ି କର୍ମୀଙ୍କ ସହ ପ୍ରଚାର କରିଛନ୍ତି। ଆଜି ଏହି ମାରାଥନ ପ୍ରଚାରରେ ସାମିଲ ହୋଇଥିଲେ ସମବାୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ପୂର୍ବତନ ସାଂସଦ ପ୍ରଭାସ ସିଂହ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ। ଏହି ଅବସରରେ ଅତାବିରା ଅଗ୍ରସେନ୍ ଭବନ ଠାରେ ଦଳୀୟ କର୍ମକର୍ତ୍ତା, ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା। ପ୍ରତି ୱାର୍ଡ ମାନଙ୍କରେ ହୋଇଥିବା ବିକାଶ ତଥା ରହିଥିବା ସମସ୍ୟା ଉପରେ ପଚାରି ବୁଝିବା ପରେ ମନ୍ତ୍ରୀ ଅତନୁ କହିଥିଲେ ଆଦର୍ଶ ଏନଏସି ଆମର ଲକ୍ଷ୍ୟ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories