କଲ୍ୟାଣସିଂହପୁରରେ ଚୈତରାଇ ଘଣ୍ଟପର୍ବ ଆରମ୍ଭ
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଚୈତରାଇ ଘଟ ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରେ ସୋମବାର ରାତ୍ରୀ ୯ଘଣ୍ଟା ସମୟରେ ମାଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି। ମା’ଙ୍କ ପାଦ ବେହେରା ସାହିରେ ଥିବା ପାଟଖଣ୍ଡା ମନ୍ଦିରକୁ ଅଣାଯାଇଥାଏ । ମା’ଙ୍କ ପାଦ ଆଣିବାବେଳେ ବାଦ୍ୟ, ଶଙ୍ଖ, ହୁଳହୁଳି, ବାଣ ଫୁଟାଇ ମା’ଙ୍କ ପାଖରେ ମାନସିକ କରିଥିବା ଲୋକମାନେ ରାସ୍ତାରେ ଲୁଗା ବିଛାଇ ପାଛୋଟି ଆଣିଥାନ୍ତି । ଏହି ଘଟପର୍ବ ଆଜି ମଙ୍ଗଳବାରଠାରୁ ଆରମ୍ଭ ହୋଇ ୯ଦିନ ଧରି ଚାଲିବ । ଉକ୍ତ ଘଟକୁ ପାଟହାଣ୍ଡି ଓ ଚାଙ୍ଗୁଡ଼ିକୁ ପୂଜକମାନେ ଧରି ବ୍ଲକର ୧୪ଟି ପଞ୍ଚାୟତରେ ଥିବା ପ୍ରତ୍ୟେକ ଗ୍ରାମର ଏକ ଅସ୍ଥାୟୀ ମଣ୍ଡପକୁ ନେଇ ଘଟକୁ ବିରାଜ ମାନ କରାନ୍ତି । ସେହି ଗାଁର ବା ଅଞ୍ଚଳର ଲୋକମାନେ ରୀତିନୀତି ଅନୁଯାୟୀ ପୂଜାପାଠ କରିଥାନ୍ତି ।
୧୮ରୁ ୨୦ ସତର୍କ ଘଣ୍ଟି, ଗ୍ରୀଷ୍ମ ଲହରୀ ଛୁଇଁବ ୪୫ ଡ଼ିଗ୍ରୀ ତାପମାତ୍ରା
ପ୍ରଥମ ଦିନ ମାଙ୍କ ଚୈତରାଇ ଘଟ ପ୍ରଥମେ ମନ୍ଦିର ପରିଛାଙ୍କ ଘରୁ ପୂଜା ପାଇବା ପରେ ହଁ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରତ୍ୟେକ ଘର ଘର ବୁଲି ମାଆ ପୂଜାପାଇଥାନ୍ତି । ଆସନ୍ତା କାଲିଠାରୁ ଘଟ ବ୍ଲକର ପ୍ରତ୍ୟେକ ଗାଁ ଗାଁ ଦିନରେ ବୁଲିବା ପରେ ରାତ୍ର ନିଜ ମଣ୍ଡପକୁ ଫେରି ଆସିଥାନ୍ତି । ଏହିପର୍ବ ଗ୍ରାମର ମଙ୍ଗଳ, ବନ୍ୟା ପରିସ୍ଥିତି ସୁରକ୍ଷା, ମରୁଡ଼ିରକ୍ଷା କରିବା, ଗାଁ କୁ ଘଣ୍ଟ ଘୋଡାଇ ରଖିବା ପାଇଁ ପୂଜାପାଠ କରିଥାନ୍ତି । ୯ଦିନ ପରେ ମାଙ୍କୁ ଶୀତଳ ଭୋଗ ଦେଇ ଉଦଯାପନ କରାଯିବ। ଏହି ଘଟଯାତ୍ରାକୁ ଗ୍ରାମର ବୟଜ୍ୟେଷ୍ଠ ,ବୁଦ୍ଧିଜୀବୀ ,ସ୍ଥାନୀୟ ସରପଞ୍ଚ ପ୍ରମୁଖ ପରିଚାଳନା କରୁଥିବା ଜଣାପଡିଛି ।
Comments are closed.