ଓପିଏଲ୍ କ୍ରିକେଟ ଟୁଣ୍ଣାମେଣ୍ଟ ଉଦଯାପିତ, ଅମିତ୍ ଆମ୍ବିସନ ଚାମ୍ପିୟାନ
ଚୌଦ୍ୱାର: ଓଟିଏମ କଲୋନୀରେ ଗତ ୪ଦିନ ଧରି ଚାଲିଥିବା ଓଟିଏମ୍ ପ୍ରିମିୟର ଲିଗ୍(ଓପିଏଲ) ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସତ୍ୟନାରାୟଣ ଖେଳ ପଡିଆରେ ଶାରଦା ସୁପର ଷ୍ଟାର ଓ ଅମିତ୍ ଆମ୍ବିସନ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଶାରଦା ସୁପର ଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୪୬ରନ ସଂଗ୍ରହ କରିଥିଲା । ଜବାବରେ ଅମିତ୍ ସୁପର ଷ୍ଟାର ୫ ଓଭର ୪ଟି ବଲରେ ୪୭ରନ ସଂଗ୍ରହ କରି ଓପିଏଲ ସିଜିନ-୩ର ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା।
ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ୩ଟି ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର କିଟ୍ ମହିଳା ଟିମ ସହିତ କଟକ ମହିଳା ଟିମ, ଚୌଦ୍ୱାର ପୁଲିସ ସହିତ ଚୌଦ୍ୱାର ପୌରପାଳିକା ଓ ଚୌଦ୍ୱାର ଜେଲ ଟିମ ସହିତ ଓପିଏଲ କମିଟି ଟିମର ସୀମିତ ଓଭର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଉଦଯାପନ ଉତ୍ସବରେ ଓସିଏର ପୁର୍ବତନ ସଂପାଦକ ଅାଶୀର୍ବାଦ ବେହେରା, ବିଧାୟକ ସୌଭିକ୍ ବିଶ୍ୱାଳ, ହିମାଂଶୁ ମହାନ୍ତି, ପ୍ରଦୀପ କୁମାର ବେହେରା, ଶିକ୍ଷାବିତ୍ ଗଣେଷ ବେହେରା, କ୍ରୀଡାବିତ୍ ଅରୁଣ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଚମ୍ଫିୟାନ ଟ୍ରଫି ପ୍ରଦାନ କରିଥିଲେ। ସାରଦା ସୁପର ଷ୍ଟାରର ଆଶିଷ ରାଉତଙ୍କୁ ସିଜିନ-୩ର ସର୍ବଶ୍ରେଷ୍ଠ ଖେଳାଳି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ଆୟୋଜକ କମିଟି ସଭାପତି ସୁବ୍ରତ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଅର୍ଜୁନ ପଣ୍ଡା, ବିଶ୍ୱଜିତ୍ ମହାନ୍ତି, ଅଶୋକ କୁମାର ଦାସ, ବିଭୁତି ଭୁଷଣ ବଡୁ, ବିଜୟ ଦାସ, ସାର୍ଥକ ମହାନ୍ତି, ସତ୍ୟବ୍ରତ ସ୍ୱାଇଁ, ଆନନ୍ଦ ସାମଲ ପ୍ରମୁଖ ପରିଚାଳନା କରିଥିଲେ।
ଅମ୍ପାୟାର ସତ୍ୟ ରଞ୍ଜନ ସାମଲ ଓ ସତ୍ୟ ରଞ୍ଜନ ଦେବତା ମ୍ୟାଚ୍ ପରିଚାଳନା କରିଥିଲେ। ଏହି ଅବସରରେ ଶାରଳା ଫ୍ୟାବ୍ରିକ୍ର ପ୍ରୋପାଇଟର ଗଜେନ୍ଦ୍ର ସାହୁ ଓ ଅଶୋକ କୁମାର ସାହୁଙ୍କ ତରଫରୁ ଚମ୍ପିୟନ୍ ଓ ରନର୍ସଅପ୍ି ଟିମର ସମସ୍ତ ଖେଳାଳି,୨ଜଣ ଅମ୍ପାୟାର ଓ କମିଟି କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.