ମୋବାଇଲ ଫୋନ ନେଲା ଜୀବନ, ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚୌଦ୍ୱାର: ଚୌଦ୍ୱାର ଥାନା ଟିପିଏମ୍ ଫାଣ୍ଡୀ ଅନ୍ତର୍ଗତ ପାଇକରାପୁର ତଳ ସାହିରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ୍ ଉଦ୍ଧାର କରିଛି । ମୃତକ ଜଣକ ହେଲେ ତଳସାହିର ରାକେଶ ସ୍ୱାଇଁଙ୍କ ପତ୍ନୀ ଲାବଣ୍ୟ ଓରଫ ବର୍ଷା(୩୦) ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଚୌଦ୍ୱାର ହାଉସିଂ ବୋର୍ଡ଼ ଅଞ୍ଚଳର ସୁରଜ ମିଶ୍ରଙ୍କ ଭଉଣୀ ବର୍ଷାର ୧୦ ବର୍ଷ ତଳେ ରାକେଶ ସହିତ ପ୍ରେମ ବିବାହ ହୋଇଥିଲା। ବାହାଘର ପରେ ବର୍ଷା ସବୁବେଳେ ମୋବାଇଲ ଫୋନରେ ଚାଟିଂରେ ବ୍ୟସ୍ତ ରହୁଥିବାରୁ ଶାଶୁ ଘର ଲୋକେ ଏହାର ବିରୋଧ କରିବା ଫଳରେ ସ୍ୱାମୀ-ସ୍ତ୍ରୀ ଓ ଶାଶୁ ଘର ଲୋକଙ୍କ ସହିତ ବର୍ଷାର ଝଗଡ଼ା ଓ ମନୋମାଳିନ୍ୟ ଲାଗି ରହିଥିଲା। ଏହା ଭିତରେ ବର୍ଷା ଅନ୍ୟ ଜଣେ ଯୁବକ ସହିତ ପଳାଇଯାଇ କିଛିଦିନ ତା ସହିତ ରହିଥିବା ରାକେଶ ସୂଚନା ଦେଇଛନ୍ତି । ପରିସ୍ଥିତ ଅସମ୍ଭାଳ ହେବାରୁ ବର୍ଷାର ସ୍ୱାମୀ ଏସମ୍ପର୍କରେ ଟିପିଏମ୍ ଫାଣ୍ଡିରେ ଅଭିଯୋଗ କରିଥିଲେ। ବର୍ଷା ମଧ୍ୟ ଶାଶୁଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

 

prayash

ଫାଣ୍ଡି ଅଧିକାରୀ ଉଭୟଙ୍କୁ ଥାନାକୁ ଡକାଇ ଘଟଣାର ଆପୋଷ ସମାଧାନ କରିବା ସହିତ ବର୍ଷାକୁ ମୋବାଇଲ ଓ ସ୍କୁଟି ନଦେବାକୁ ରାକେଶକୁ କହି ସମସ୍ତଙ୍କୁ ଘରକୁ ପଠାଇ ଦେଇଥିଲେ। ହେଲେ ଗତ କିଛିଦିନ ହେଲା ଏକ ମୋବାଇଲ ଫୋନ୍ ପାଇଁ ବର୍ଷା ଜିଦ୍ ଧରିବାରୁ ରାକେଶ ମଙ୍ଗଳବାର ସକାଳେ ବର୍ଷାର ବାପ ଘରକୁ ଯାଇ ବର୍ଷା ମୋବାଇଲ ପାଇଁ ଜିଦ୍ କରୁଥିବା କହି ଶ୍ୱଶୁର ଘର ଲୋକଙ୍କୁୁ ସାଥିରେ ଧରି ନିଜ ଘରକୁ ଆସିଥିଲେ। ଘରେ ପହଞ୍ଚି ବା ପରେ ବର୍ଷା ନିଜ ଶୋଇବା ଘରେ ଫ୍ୟାନରେ ଏକ ଓଢ଼ଣୀ ସାହାଯ୍ୟରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବରପାଇ ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଚନ୍ତି। ସୂଚନାଯୋଗ୍ୟଯେ ମୃତା ବର୍ଷାଙ୍କର ଗୋଟିଏ ୧୦ ବର୍ଷର ଓ ଗୋଟିଏ ୭ବର୍ଷର ଝିଅ ଅଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

kalyan agarbati

Comments are closed.