www.samajalive.in
Sunday, December 7, 2025
26.1 C
Bhubaneswar

ରାଫେଲ ସମୀକ୍ଷା ଆବେଦନ; ଶୁଣାଣି ଘୁଞ୍ଚାଇବାକୁ କେନ୍ଦ୍ରର ନିବେଦନ

ନୂଆଦିଲ୍ଲୀ : ରାଫେଲ କାରବାର ସମ୍ବନ୍ଧୀୟ ସମୀକ୍ଷା ଆବେଦନର ଶୁଣାଣି ଘୁଞ୍ଚାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ସୁପ୍ରିମକୋର୍ଟରେ ନିବେଦନ କରାଯାଇଛି। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହା ଉପରେ ଶୁଣାଣି କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସାନି ସତ୍ୟପାଠ ପ୍ରସ୍ତୁତ କରିବାକୁ ଅଧିକ ସମୟର ଆବଶ୍ୟକତା ଥିବାରୁ ଶୁଣାଣି ଘୁଞ୍ଚାଇବାକୁ କେନ୍ଦ୍ର ସରକାର ନିବେଦନ କରିଛନ୍ତି। କେନ୍ଦ୍ରର ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ନିର୍ଦେଶ ଜାରି କାରି ନ ଥିବା ବାର ଆଣ୍ଡ ବେଞ୍ଚ ସୂତ୍ରରୁ ଜଣାପଡିଛି। ଆବେଦନକାରୀଙ୍କ ସହିତ ଅନ୍ୟ ସମସ୍ତ ପକ୍ଷଙ୍କୁ ମଙ୍ଗଳବାର ଶୁଣାଣି ସମ୍ବନ୍ଧୀୟ ମୁଲତବି ଚିଠି ବଣ୍ଟନ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପୀଠ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଅନୁମତି ପ୍ରଦାନ କରିଥିବା ପିଟିଆଇ ପ୍ରକାଶ କରିଛି। ଉଲ୍ଲେଖ ଯେ ଏପ୍ରିଲ ୧୦ରେ ସୁପ୍ରିମକୋର୍ଟଙ୍କ ପୀଠ ସର୍ବସମ୍ମତିକ୍ରମେ ଏହି ସମୀକ୍ଷା ଆବେଦନ ଉପରେ କେନ୍ଦ୍ରର ଆପତ୍ତିକୁ ଖାରଜ କରିଦେଇଥିଲେ। ଏହି ଆବେଦନ ପ୍ରତିରକ୍ଷା ମନ୍ତ୍ରାଳୟର ଗୋପନୀୟ ଦସ୍ତାବିଜ ଉପରେ ପର୍ଯ୍ୟବସିତ ଥିବାରୁ ତାହାକୁ ଖାରଜ କରିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ନିବେଦନ କରିଥିଲେ। ଏହା ପୂର୍ବରୁ ଡିସେମ୍ବରରେ ସୁପ୍ରିମକୋର୍ଟ ରାଫେଲ ଦୁର୍ନୀତି ସମ୍ବନ୍ଧୀୟ ସମସ୍ତ ମାମଲା ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ବରିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ଓ ଅରୁଣ ସୌରୀ ପ୍ରମୁଖ ଏହା ବିରୋଧରେ ସମୀକ୍ଷା ଆବେଦନ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories