BJD Bijuli 480×75 Mob

ସରକାର ଆମଦାନୀ କରିବେ ୧୦ ଲକ୍ଷ ଟନ୍ ଆଳୁ

BJD Bijuli 480×75 Mob

ଦେଶରେ ଆଳୁର ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ବିନା ଲାଇସେନ୍ସରେ ଭୁଟାନରୁ ୩୦ ହଜାର ଟନ୍ ଆଳୁ ଆମଦାନୀ କରିବେ। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଆଳୁ ମୂଲ୍ୟରେ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ସରକାର ସକ୍ରିୟ ପଦକ୍ଷେପ ନେଉଛନ୍ତି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଳୁ ଉପରେ ଆମଦାନୀ ଶୁଳ୍କ ପୂର୍ବରୁ ୩୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି।

ବର୍ତ୍ତମାନ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଆଳୁର କୋଟା ଆସନ୍ତା ବର୍ଷ ଜାନୁୟାରୀ ୩୧ ପର୍ୟ୍ୟନ୍ତ ୧୦ ପ୍ରତିଶତ ଶୁଳ୍କରେ ଆମଦାନୀ କରାଯିବ। ସେହିପରି ଦୀପାବଳି ପୂର୍ବରୁ ୨୫ ହଜାର ଟନ୍ ପିଆଜ ଆମଦାନୀ କରିବାକୁ ମଧ୍ୟ କେନ୍ଦ୍ର ଯୋଜନା କରିଛି। ଏହା ପୂର୍ବରୁ ନାଫେଡ଼ ୭ ହଜାର ଟନ୍ ପିଆଜ ଘରୋଇ ଆମଦାନୀକାରୀଙ୍କ ମାଧ୍ୟମରେ କ୍ରୟ କରିସାରିଛି।

Comments are closed.