www.samajalive.in
Monday, December 15, 2025
14.1 C
Bhubaneswar

ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ ପାଇଁ ପିଏସୟୁଗୁଡ଼ିକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ପାଇଁ ଶିକ୍ଷା ଓ ଦକ୍ଷତାକୁ ଏକାଠି କରିବା ଜରୁରୀ
ଶିକ୍ଷାନବୀଶଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଦେଶବ୍ୟାପୀ ୨୫୦ରୁ ଉର୍ଦ୍ଧ୍ୱ କ୍ଲଷ୍ଟର ଆଧାରିତ କର୍ମଶାଳା ଆୟୋଜନ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର : ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ କରିବା ପାଇଁ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ସିପିଏସଇ) ମାନଙ୍କ ସହ ଶିକ୍ଷାନବୀଶକୁ ପ୍ରୋତ୍ସାହନ ଦେବା ଏବଂ ସ୍କିଲ ଇଣ୍ଡିଆ ୨.୦କୁ ଚୂଡ଼ାନ୍ତ କରିବା ପାଇଁ ଆୟୋଜିତ କର୍ମଶାଳାରେ ପିଏସୟୁ ଗୁଡ଼ିକୁ ଆହ୍ୱାନ କରିଛନ୍ତି ।
ଆଗାମୀ ବର୍ଷେ ମଧ୍ୟରେ ୧୦ ଲକ୍ଷ ଶିକ୍ଷାନବୀଶଙ୍କୁ ଯୋଡ଼ିବା ଲକ୍ଷ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦକ୍ଷତା ବିକାଶ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ସଂସ୍ଥା ଗୁଡ଼ିକ ପାଇଁ ଉଭୟ ଉତ୍ପାଦନ ଏବଂ ଲାଭକୁ ବୃଦ୍ଧି କରାଇବ। ଚଳିତବର୍ଷ ବଜେଟରେ ମଧ୍ୟ ଦକ୍ଷତା ଏବଂ ଶିଳ୍ପାନୁଷ୍ଠାନ ମଧ୍ୟରେ ସଂଯୋଗକୁ ମଜଭୂତ୍ କରିବା ଦିଗରେ ଧ୍ୟାନ ଦିଆଯାଇଛି । ତେଣୁ ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ କରିବା ଦିଗରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ମାନେ ଧ୍ୟାନକେନ୍ଦ୍ରୀତ କରିବା ଦରକାର । ବିଶେଷ ଭାବରେ ସ୍ଥାନୀୟ ଅଂଚଳର ଆଇଟିଆଇ, ଜନ ଶିକ୍ଷଣ ସଂସ୍ଥା ସହ ଯୋଡ଼ିହେବା, ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନବିଶ ସହ ନିୟୋଜିତ କରିବା, ଏନଏସକ୍ୟୁଏଫ ବା ଜାତୀୟ ସ୍ତରରେ ସମନ୍ୱିତ ଶିକ୍ଷା ଏବଂ ଦକ୍ଷତା ସହ ସ୍କିଲିଂ ଫ୍ରେମୱାର୍କକୁ ସମନ୍ୱୟ ରଖିବା, ଭାରତର ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଦକ୍ଷତା ବିକାଶ କରିବା ପାଇଁ ସାମାଜିକ ଦାୟିତ୍ୱବୋଧ(ସିଏସଆର) ସହ ଲାଭ ଉଠାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
ଜାତୀୟ ଶିକ୍ଷା ନୀତିର ସୁପାରିଶକୁ ଲାଗୁ କରାଯାଉଛି । ଏକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ପାଇଁ ଆମକୁ ଶିକ୍ଷା ଓ ଦକ୍ଷତାକୁ ଏକାଠି କରିବାକୁ ପଡ଼ିବ। ସାମ୍ପ୍ରତିକ ସମୟରେ କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ଆସିଛି। ଏନର୍ଜି, ସଷ୍ଟେନବିଲଟି, ଡାଟା ମ୍ୟାନେଜମେଂଟ୍ ଭଳି ବିଷୟ ବସ୍ତୁ ଉପରେ ଆମକୁ ଅଧିକରୁ ଅଧିକ ଜ୍ଞାନ ଉପରେ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାକୁ ପଡ଼ିବ । ଏକ ଗତିଶୀଳ, ପ୍ରଗତିଶୀଳ ଏବଂ ଆଧୁନିକ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ) ପ୍ରସ୍ତୁତି କରିବା ପାଇଁ ପିଏସୟୁକୁ ପରାମର୍ଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ, ପ୍ରତି ମାସରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପ୍ରତି ମାସରେ ଶିକ୍ଷାନବୀଶ ମେଳା ଆୟୋଜନ କରିବ ଏବଂ ଆପ୍ରେଣ୍ଟିସିପକୁ ପ୍ରୋତ୍ସାହନ ଦେବା ଦିଗରେ ଦେଶରେ ୨୫୦ରୁ ଉର୍ଦ୍ଧ୍ୱ କ୍ଲଷ୍ଟର ଆଧାରିତ କର୍ମଶାଳା​‌ ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଛି।
ଏହି କର୍ମଶାଳାରେ କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଏହି କର୍ମଶାଳାକୁ ସିଏମଡ଼ି, ଏଚଆର ମ୍ୟାନେଜର ଏବଂ ସିଆସଆର ମୁଖ୍ୟ ଏବଂ ୧୦୦ରୁ ଅଧିକ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ସିପିଏସଇ) ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories