www.samajalive.in
Sunday, December 14, 2025
19.1 C
Bhubaneswar

ଗିରଫ ହୋଇପାରନ୍ତି ଇମ୍ରାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବାର ଆଶଙ୍କା ଦେଖାଦେଇଛି । ମଦିନା ମାମଲାରେ ପଞ୍ଜାବ ପୁଲିସ ଇମ୍ରାନଙ୍କ ସହ ୧୫୦ଜଣଙ୍କ ବିରୋଧରେ ଏତଲା ଦାୟର କରିଛି । ଏଥିରେ ଇମ୍ରାନଙ୍କ ତତ୍କାଳୀନ ମନ୍ତ୍ରିମଣ୍ଡଳର ସଦସ୍ୟ ଫୱଦ ଚୌଧୁରୀ, ଶେଖ୍‌ ରସିଦଙ୍କ ସହ ପରାମର୍ଶଦାତା ଶାହାବାଜ ଗୁଲ, ଉପବାଚସ୍ପତିି କାସିମ ସୁରୀଙ୍କ ସମେତ ଲଣ୍ଡନସ୍ଥିତ ସହଯୋଗୀ ଅନିଲ ମୁଶାରତ ଓ ସାହେବଜାଦା ଜାହାଙ୍ଗିର ପ୍ରମୁଖ ଅଛନ୍ତି। ଇଦ୍‌ ଉତ୍ସବ ପରେ ଯେ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ସରିଫ ପ୍ରଥମ ବିଦେଶ ଗସ୍ତରେ ଥିବାବେଳେ ଗୁରୁବାର ସାଉଦି ଆରବର ମସ୍‌ଜିଦ-ଇ-ନବାବି ପରିଦର୍ଶନ କରିଥିଲେ। ଏହି ସମୟରେ ଇମ୍ରାନଙ୍କ ସମର୍ଥକ ତାଙ୍କୁ ‘ଚୋର’ ଓ ‘ଗଦ୍ଦାର’ ବା ପ୍ରବଞ୍ଚକ ବୋଲି କହି ଅପମାନିତ କରିଥିଲେ। ଏ ନେଇ ମଦିନାରେ ଏତଲା ଦାୟର ହୋଇଛି। ଏତଦ୍‌ ବ୍ୟତୀତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ମିିଳିଥିବା ଦାମୀ ଉପହାରଗୁଡ଼ିକୁ ଇମ୍ରାନ ତୋଷଖାନାରୁ ବିକ୍ରି କରିଦେବା ନେଇ ମଧ୍ୟ ୩ଟି ଏତଲା ଦାୟର ହୋଇଛି। ପୁନଶ୍ଚ ତାଙ୍କ ବିରୋଧରେ ୨୦୧୪ରୁ ବିଦେଶୀ ଅନୁଦାନ ମାମଲା ବିଚାରାଧୀନ ରହିଥିବାବେଳେ ଆଉ କେତେକ ଦୁର୍ନୀତି ମାମଲା ରହିଛି। ଇମ୍ରାନ ଖାଁ ମଧ୍ୟ ‘ମାଫିଆ ସରିଫ ପରିବାର’ ବୋଲି ତାଙ୍କୁ ଆକ୍ଷେପ କରିଥିଲେ। ଇମ୍ରାନ ଦାବି କରିଥିଲେ ଯେ ‘ମାଫିଆ ସରିଫ ଫ୍ୟାମିଲି’ ୨୦୧୮ରେ ତାଙ୍କୁ ନିନ୍ଦିତ କରିବା ଲକ୍ଷ୍ୟରେ ଜଣେ ମହିଳାଙ୍କୁ ଏକ ପୁସ୍ତକ ରଚନା ପାଇଁ ବିପୁଳ ଅର୍ଥ ଦେଇଥିଲେ। ଇମ୍ରାନ ଗିରଫ ହେବା ପାକିସ୍ତାନ ପାଇଁ କିଛି ନୂଆ ନୁହେଁ; କାରଣ ପୂର୍ବରୁ ଏକାଧିକ ପ୍ରଧାନମନ୍ତ୍ରୀ କ୍ଷମତାରୁ ହଟିବା ପରେ ଗିରଫ ହେବା ରେକର୍ଡ ରହିଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories