ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା, ପହଞ୍ଚିଲେ ୭୫ କମ୍ପାନୀ ସିଏପିଏଫ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରରେ ୭୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ) ପହଞ୍ଚିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ କମ୍ପାନୀ ସିଏପିଏଫ ଆସିଥିଲେ। ଆଜି ଆଉ ୬୦ କମ୍ପାନୀ ଫୋର୍ସ ଆସିଲେ। ନିର୍ବାଚନ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗ ମାର୍ଚ୍ଚ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛନ୍ତି। ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପକୁ ଚେକ ଦେବାକୁ ଫ୍ଲାଗମାର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଛି। ରାଜଭବନ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଥିଲେ।

Comments are closed.