www.samajalive.in
Monday, December 15, 2025
14.1 C
Bhubaneswar

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ : ଭାରତର କାର୍ଯ୍ୟାନୁଷ୍ଠାନରେ ୭-୮ ପାକ୍ ସୈନ୍ୟ ନିହତ

ଶ୍ରୀନଗର : ଦୀପାବଳି ପୂର୍ବରୁ ପାକିସ୍ତାନ ପୁଣି ଥରେ ତା’ର ଭ୍ରଷ୍ଟ ଉଦ୍ଦେଶ୍ୟକୁ ସଫଳ କରିବାରେ କିଛି ମାତ୍ରାରେ ସଫଳ ହୋଇଛି। ପାକିସ୍ତାନ ଶୁକ୍ରବାର ଜାମ୍ମୁ କାଶ୍ମୀରର ଟାଙ୍ଗର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଗୁଳି ବିନିମୟରେ ବିଏସଏଫ ସବ-ଇନ୍ସପେକ୍ଟର ରାକେଶ ଡୋଭାଲ ସହୀଦ ହୋଇଛନ୍ତି।

ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ତିନୋଟି ସେକ୍ଟରରେ ଗୁଳି ବିନିମୟ ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରର ଇଜାମର୍ଗ ଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। କିଛି ମିନିଟ୍ ପରେ କୁପୱାରା ଜିଲ୍ଲାର କିରଣ ସେକ୍ଟରରେ ଗୁଳି ବିନିମୟ ହୋଇଥିଲା। ଅଧିକାରୀ ଜଣଙ୍କ କହିଛନ୍ତି ଯେ ବାରାମୁଲାର ଉରି ସେକ୍ଟରରେ ଥିବା ଭାରତୀୟ ଘାଟି ଉପରକୁ ମଧ୍ୟ ପାକିସ୍ତାନୀ ସେନା ମଧ୍ୟ ଗୁଳି ଚଳାଇଥିଲା। ସେ କହିଛନ୍ତି ଯେ ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ଦେଇଛି।

- Advertisement -

ତେବେ ଭାରତୀୟ ସେନାର ସୂତ୍ର ଅନୁଯାୟୀ, ଭାରତ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୭-୮ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଏଥିରେ ପାକିସ୍ତାନୀ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ୍ ର ୨-୩ କମାଣ୍ଡୋ ମଧ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ୧୦-୧୨  ପାକିସ୍ତାନୀ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ବହୁ କ୍ଷତି ସହିଛି। ପାକିସ୍ତାନୀ ସେନାର ଅନେକ ବଙ୍କର ଏବଂ ଲଞ୍ଚ ପ୍ୟାଡ୍ ମଧ୍ୟ ନଷ୍ଟ ହୋଇଯାଇଛି।

ଏସଡିଏମ ବାରାମୁଲ୍ଲା ରିୟାଜ ଅହମ୍ମଦ ମଲ୍ଲିକ ସୂଚନା ଦେଇଛନ୍ତି ଯେ, ସେହି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ୪,୦୫୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ତେବେ ଚଳିତ ମାସରେ ୧୨୮ ଓ ଅକ୍ଟୋବରରେ ୩୯୪ ଥର ପାକିସ୍ତାନ ପକ୍ଷରୁ  ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ସେନା ବାହିନୀ ସୂତ୍ରରୁ ଜଣା ପଡିଛି। ଗତବର୍ଷ ୩,୨୩୩ ଥର ପାକିସ୍ତାନ ପକ୍ଷରୁ  ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ସୂଚନା ଦିଆଯାଇଛି।

ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସୁରକ୍ଷା ବାହିନୀ 

ଏହାପୂର୍ବରୁ ମଙ୍ଗଳବାର ଦିନ ସୁରକ୍ଷା ବାହିନୀ ବହୁତ ସଫଳତା ହାସଲ କରିଥିଲା। ଶୋପିଆନ୍‌ର କୁଟପୋରା ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବାର ଖବର ପାଇବା ପରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା।

ଆତଙ୍କବାଦୀମାନେ ନିଜକୁ ଘେରି ହୋଇ ରହିଥିବାର ଦେଖି ସେମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲା ଯେଉଁଥିରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ। ସୂଚନା  ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଆତଙ୍କବାଦୀଙ୍କୁ ପୂର୍ବରୁ ଆତ୍ମସମର୍ପଣ କରିବାର ସୁଯୋଗ ଦିଆଯାଇଥିଲା, କିନ୍ତୁ ସେମାନେ ଏହା କରିବାକୁ ମନା କରିଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories