www.samajalive.in
Sunday, December 14, 2025
17.1 C
Bhubaneswar

କରୋନା ଓ ବନ୍ୟା ପ୍ରଭାବ; ବିଳମ୍ବରେ ପରିବା ଚାଷ, ସରକାରୀ ସହଯୋଗ ଜରୁରୀ

ବାଙ୍କୀ : ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ । ଏଠାରେ ଶତକଡା ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ମହାନଦୀର ଜଳ ଓ ଉପଯୁକ୍ତ ଦୋରସା ଓ ସମତଳ ମାଟି ହେତୁ ଏ ଅଞ୍ଚଳର ଚାଷୀ ଶୀତ ଦିନିଆ ପନିପରିବା ଓ ଖରାଦିନିଆ ପନିପରିବା ଚାଷ କରି ବେସ୍‍ ଦୁଇ ପଇସା ରୋଜଗାର କରିଥାନ୍ତି। ବିଡମ୍ବନାର ବିଷୟ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହରେ ମହାମାରୀ କରୋନା ପ୍ରଭାବରେ ଭୟର ବାତାବରଣ ସୃଷ୍ଟି ହେଲା।ଯାହାଦ୍ବାରା କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଲା। କୃଷି ଶ୍ରମିକ ସସାମାଜିକ ଦୂରତା ଅନୁପାଳନ କରି କୃଷି କ୍ଷେତ୍ରରେ ଯୋଗ ଦେବାରେ ବାଧକ ସାଜିଲା। ଜୀବନ ଜିବୀକା ଉଭୟେ ଅଞ୍ଚଳରେ ଦୁର୍ଦ୍ଦିନରେ। ପରେ ପରେ ଲଘୁଚାପ ଜନିତ ବର୍ଷା, ଛୋଟମୋଟ ବାତ୍ୟା ଏବଂ ଅଗଷ୍ଟ ଶେଷ ସପ୍ତାହରେ ମହାନଦୀର ମଧ୍ୟମ ଧରଣର ବନ୍ୟା ବ୍ୟାପକ ଅଞ୍ଚଳରେ ମାଡିଯିବା ଫଳରେ କୃଷିକ୍ଷେତ ଉଜୁଡିଗଲା। ଖରାଟିଆ ପରିବା ଚାଷ ପଚିସଢି ନଷ୍ଟ ହୋଇଗଲା। ନଦୀର ବନ୍ୟା ଜଳ ପ୍ରଭାବରେ ଶୀତ ଦିନିଆ ପନିପରିବା ଚାଷ ପାଇଁ ମାଟି ପାଗ ଧରିବାରେ ବିଳମ୍ବ ହେବାରୁ ଚାଷୀ ପନିପରିବା ଚାଷ ପାଇଁ କ୍ଷେତକୁ ଯିବାରେ ବିଳମ୍ବ ଧରିଲା। ବିଗତ ବର୍ଷରେ ଭାଦ୍ରବ, ଆଶ୍ୱିନ ମାସରେ ବାଙ୍କୀ ବଜାରରେ ପନିପରିବା ଜାମ ଧରୁଥିଲା ବେଳେ ଏବର୍ଷ ବାଇଗଣ କଷିଟିଏ ଦେଖିବାକୁ ମିଳିଲା ନାହିଁ। ଯେଉଁ ଚାଷୀର ଦାଣ୍ଡ ଦୁଆରେ ପରିବା ଗଦେଇ ହେଉଥିଲା ସେହି ଚାଷୀ ବ୍ୟାଗ୍ ଧରି ନିକଟ ବଜାରକୁ ଗଲେବି ଦରଦାମରେ ପରିବା କିଣିବା ସମ୍ଭବ ହେଲାନାହିଁ। ଗରୀବ ଗୁରୁବାଙ୍କ ପକ୍ଷରେ ସବୁଜ ପରିବା ଦେଖିବା ସମ୍ଭବ ହେଉନାହିଁ। କାର୍ତ୍ତିକ ମାସରେ ବଜାର ଦର ଚଢା ରହିବାରୁ ମଧ୍ୟବିତ୍ତ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ, ଡମପଡା ବ୍ଲକର ପାଥପୁର, କୁଶପଙ୍ଗି, ଶିମିଳିପୁର, ହରିରାଜପୁର, ଦୁଲଣାପୁର, ତାଳବସ୍ତ, ଦୁର୍ଗାପୁର, ବିଲିପଡା, ବାଙ୍କୀ ଏନ.ଏ.ସିର ସାହାଡପଦା ଏବଂ ବାଙ୍କୀ ବ୍ଲକର ଓସ୍ତିଆ, ସୁବର୍ଣ୍ଣପୁର, ବନ୍ଦାଳ, ବାଉଁଶପୁଟ୍ଟ, ବ୍ରହ୍ମପୁରା, କିଆପଲ୍ଲା, ଅନୁୟାରୀ, ଗୋଳାଗଣ୍ଡ ଆଦି ପଞ୍ଚାୟତର ଚାଷୀମାନେ ବ୍ୟାପକ ପରିବା ଚାଷ କରୁଥିଲେ। ତରକାରୀ ହାଣ୍ଡିର ବଜାର କହିଲେ ବାଙ୍କୀ ହାଟରେ ଗ୍ରାମାଞ୍ଚଳର ପନିପରିବା ଜମୁଥିଲା। କାର୍ତ୍ତିକ ମାସରେ ବହୁଳ ପରିବା ପରିବର୍ତ୍ତେ ଚଳିତ ବର୍ଷ ବାଙ୍କୀ ଅଞ୍ଚଳ ପରିବା ବିହୀନ ହୋଇଛି। ୧୫ଦିନ ତଳେ ଜମୀ ପାଗଯୋଗ ହେଲାପରେ ଶୀତ ଦିନିଆ ପରିବା ଚାଷ ପାଇଁ ହଜାର ହଜାର ହେକ୍ଟର ଜମୀରେ  ବାଇଗଣ, ଭେଣ୍ଡି, ଟମାଟୋ, ଫୁଲକୋବି, ବନ୍ଧାକୋବି, ଧନିଆପତ୍ର, କଖାରୁ, କଞ୍ଚା ଲଙ୍କା ଆଦି ଚାଷ ପାଇଁ ଚାଷୀମାନେ ଅଣ୍ଟା ଭିଡିଛନ୍ତି। ଅଞ୍ଚଳର ପୁରୁଖାଚାଷୀମାନେ ଚଳିତ ବର୍ଷର ବିଳମ୍ବ ଚାଷ ନେଇ ଆମଦାନୀରେ ଅନୁରୂପ ଆଶଙ୍କା କରିଥିଲେବି ପାରମ୍ପରିକ ଢଙ୍ଗରେ ଚାଷକୁ ଛାଡିନାହାଁନ୍ତି। ସେପଟେ ବାଙ୍କୀର ଉଦ୍ୟାନ କୃଷି ବିଭାଗ ଚାଷୀମାନଙ୍କୁ ବିଳମ୍ବ ଚାଷ ଜନିତ ସମସ୍ୟାର ସୁଧାର ପାଇଁ କୌଣସି ପରିପୂରକ ବ୍ୟବସ୍ଥା। ସରକାରୀ ପ୍ରୋତ୍ସାହନ ଓ ସହଯୋଗ କରୁନଥିବାରୁ ଦିନକୁ ଦିନ ଉଦ୍ୟାନ କୃଷି ବିଭାଗ ସ୍ଥାଣୁ ପାଲଟୁଥିବା ସମ୍ପର୍କରେ ପାଥପୁର, କୁଶପଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଏହି ଅଞ୍ଚଳ ଆଳୁ ଚାଷର ପ୍ରମୁଖ ଅଞ୍ଚଳ ହୋଇଥିଲା ବେଳେ ଆଳୁ ଚାଷ ପାଇଁ ସରକାରୀ ବିହନ ଯୋଗାଇ ଦେବାର ବ୍ୟବସ୍ଥା ନଥିବାରୁ ଚାଷୀ ଅସନ୍ତୋଷ ବଢୁଛି। ସେହିପରି ଚିନାବାଦାମ ଚାଷ ପାଇଁ ବିହନ ଯୋଗାଇ ଦେବା ନିମନ୍ତେ କୃଷି ବିଭାଗ ତତ୍ପରତା ପ୍ରକାଶ ପାଇଁ ଅଞ୍ଚଳର ଚାଷୀମାନେ ଅନୁରୋଧ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories