www.samajalive.in
Tuesday, December 9, 2025
15.1 C
Bhubaneswar

ଏଣିକି ଜୁଆ ଓ ବେଟିଂ ବିଜ୍ଞାପନ କରି ପାରିବେନି ସେଲିବ୍ରିଟି

ନୂଆଦିଲ୍ଲୀ: ସେଲିବ୍ରିଟି ଏବଂ ଇନ୍‌ଫ୍ଲୁଏନ୍‌ସରମାନେ ଜୁଆ ଖେଳ ଏବଂ ବେଟିଂକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ କରିପାରିବେ ନାହିଁ। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ(ସିସିପିଏ) ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛି। ନିର୍ଦ୍ଦେଶନାମା ସତ୍ତ୍ୱେ ଯଦି କେହି ଏପରି କରୁଛନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସିସିପିଏ ବୁଧବାର ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛି ଯେ, ନିକଟରେ ବେଟିଂ ଏବଂ ଜୁଆ ଭଳି ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନରେ ବ୍ୟାପକ ବୃଦ୍ଧି ଘଟିଛି। ସାର୍ବଜନୀନ ଜୁଆ ଅଧିନିୟମ, ୧୮୬୭ ଅନୁଯାୟୀ ବେଟିଂ ଏବଂ ଜୁଆ ଖେଳକୁ ନିଷିଦ୍ଧ କରାଯାଇଛି। ଏହା ସତ୍ତ୍ବେ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ଏବଂ ଆପ୍ ଏହାର ବିଜ୍ଞାପନ କରୁଛନ୍ତି। ଏପରି କାର୍ଯ୍ୟକଳାପ ଯୁବକମାନଙ୍କ ଉପରେ ନକରାତ୍ମକ ସାମାଜିକ-ଆର୍ଥିକ ପ୍ରଭାବ ପକାଇଥାଏ।

- Advertisement -

ସିସିପିଏ କହିଛି, ଏ ପ୍ରସଙ୍ଗରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ପୂର୍ବରୁ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମକୁ ପରାମର୍ଶ ଦେଇସାରିଛି। ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ମଧ୍ୟ ଏହିପରି ବିଜ୍ଞାପନ ଦେଖାଇବାକୁ ଚେତାବନୀ ଦିଆଯାଇଛି। ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ମଧ୍ୟ ଏପରି ବିଜ୍ଞାପନ ନ ଦେଖାଇବାକୁ ଚେତାବନୀ ଦିଆଯାଇଛି। ଯଦି ନିର୍ଦ୍ଦେଶାବଳୀର କୌଣସି ପ୍ରକାର ଉଲ୍ଲଂଘନ କରାଯାଏ, ତେବେ ନିର୍ମାତା, ବିଜ୍ଞାପନଦାତା, ପ୍ରକାଶକ, ମଧ୍ୟସ୍ଥି, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସହ ଜଡିତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି ବିଜ୍ଞାପନ ପାଇଁ ସମସ୍ତେ ଉତ୍ତରଦାୟୀ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories