www.samajalive.in
Monday, December 15, 2025
27.1 C
Bhubaneswar

କର୍ଣ୍ଣାଟକ ଡ୍ରଗ୍ସ କାରବାର ମାମଲା: ପୁଲିସ ହେପାଜତରେ କନ୍ନଡ ଅଭିନେତ୍ରୀ ରାଗିଣୀ

ବେଙ୍ଗାଲୁରୁ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଆରମ୍ଭ କରିବା ସହିତ ଚଳଚ୍ଚିତ୍ର ଜଗତରେ ନିଶା କାରବାରର ଏକ ବଡ଼ ଗୁମର ଖୋଲିଛି। ପ୍ରାୟ ଅଧିକାଂଶ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଶା କାରବାର ଚାଲିଥିବା ଜଣାପଡିଛି। କନ୍ନଡ ଫିଲ୍ମ ଜଗତ ମଧ୍ୟ ଏଥିରୁ ବାଦ ପଡିନାହିଁ।

କନ୍ନଡ ଚଳଚ୍ଚିତ୍ର ଜଗତ ସହ ଜଡିତ ନିଶା କାରବାର ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ କେନ୍ଦ୍ରୀୟ ଅପରାଧ ଶାଖା (ସିସିବି) ଅଟକ ରଖିଛି। ଏହାପୂର୍ବରୁ ସିସିବି ତାଙ୍କ ବାସଭବନ ତଲାସୀ କରିଥିଲା। ପୋଲିସ ସୂତ୍ର ଅନୁଯାୟୀ, ସିସିବିର ଏକ ଟିମ୍ ସକାଳ ୬ଟାରେ ରାଗିଣୀଙ୍କ ବାସଭବନରେ ପହଞ୍ଚିଥିଲେ।

- Advertisement -

ସିସିବି ବୁଧବାର ଏହି ଅଭିନେତ୍ରୀଙ୍କୁ ନୋଟିସ ଜାରି କରି ହାଜର ହେବାକୁ କହିଥିଲେ କିନ୍ତୁ ରାଗିଣୀ ଓକିଲ ପଠାଇ ସୋମବାର ପର୍ଯ୍ୟନ୍ତ ସମୟ ମାଗିଥିଲେ। ଏହା ପରେ ପୁଲିସ ଅଭିନେତ୍ରୀଙ୍କୁ ଶୁକ୍ରବାର ଦିନ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ସିସିବି ସୂତ୍ରରୁ ପ୍ରକାଶ ଯେ ଅଭିନେତ୍ରୀଙ୍କୁ ଆଜି କର୍ତ୍ତୃପକ୍ଷଙ୍କ ନିକଟରେ ହାଜର କରାଯିବ।

ଇତି ମଧ୍ୟରେ ପୁଲିସ କହିଛି ଯେ ରବି ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ଗିରଫ କରିଛନ୍ତି ଯାହାର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଯଥେଷ୍ଟ ପରିଚୟ ରହିଛି। ରବିଙ୍କୁ ଏକ ନିଶା ଔଷଧ କାରବାର ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଅଦାଲତଙ୍କ ଅନୁମତିରେ ପୁଲିସ ତାକୁ ୫ ଦିନିଆ ହେପାଜତରେ ଆଣିଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବାଙ୍ଗାଲୋରରୁ ତିନି ଜଣଙ୍କୁ ଗିରଫ କରିଛି ଯେଉଁମାନଙ୍କ ନାମରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଗାୟକ ତଥା କଳାକାରମାନଙ୍କୁ ନିଶା ଦ୍ରବ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ଏହା ପରେ ସିସିବି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିଲା।

ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ଇନ୍ଦରଜିତ୍ ଲଙ୍କେଶ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ ବ୍ୟବହାର ସମ୍ପର୍କରେ ସିସିବି ନିକଟରେ ନିଜର ବୟାନ ରେକର୍ଡ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅତି କମରେ ୧୫ ଜଣ ବ୍ୟକ୍ତି ଡ୍ରଗ୍ ସମ୍ବନ୍ଧୀୟ ବ୍ୟବସାୟରେ ଜଡିତ ଅଛନ୍ତି।

ସୂଚନାଯୋଗ୍ୟ, ଦ୍ୱିବେଦୀ ବେଙ୍ଗାଲୁରୁରେ ଜନ୍ମ ହୋଇଥିବାବେଳେ ତାଙ୍କ ପରିବାର ହରିୟାଣାର ରେୱାରୀରୁ ଆସିଛନ୍ତି। ସେ ୨୦୦୯ ମସିହାରେ ଫିଲ୍ମ ‘ବୀରା ମଦାକରୀ’ ସହିତ କନ୍ନଡ ଫିଲ୍ମ ଜଗତରେ ଅଭିନୟ ଆରମ୍ଭ କରିଥିଲେ | ଏଥି ସହିତ ସେ କେମ୍ପେ ଗୌଡା, ରାଗିଣୀ ଆଇପିଏସ୍, ବଙ୍ଗାରୀ ଔର ଶିବା, ଭଳି ଚଳଚ୍ଚିତ୍ର ମାଧ୍ୟମରେ ସୁନାମ ଅର୍ଜନ କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories