www.samajalive.in
Sunday, December 14, 2025
19.1 C
Bhubaneswar

ବନ୍ୟାବିପନ୍ନଙ୍କୁ ‘ସମାଜ’ ରିଲିଫ ପକ୍ଷରୁ ସହାୟତା

ବିଞ୍ଝାରପୁର/ରସୁଲପୁର: ଚଳିତ ପ୍ରଳୟଙ୍କରୀ ବନ୍ୟାରେ ବିଞ୍ଝାରପୁରର ଧୋୟାଞ୍ଚଳରେ ଖରସ୍ରୋତା ନଦୀରେ ଏକାଧିକ ଘାଇ ସୃଷ୍ଟି ହେବା ଯୋଗୁଁ ହଜାର ହଜାର ଲୋକେ ପାଣି ଘରରେ ଭୋକ ଉପାସରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି। ଏଭଳି ସ୍ଥିତିରେ ଆଜି ବିଞ୍ଝାରପୁର ବ୍ଲକର ରଣପୁର, ଚନ୍ଦ୍ରମୁଁ ପଞ୍ଚାୟତର ଶହ ଶହ ବନ୍ୟା ବିପନ୍ନଙ୍କ ନିକଟରେ ସମାଜ ରିଲିଫ ପାଣ୍ଠି ପକ୍ଷରୁ ବଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମକୁ ବିଞ୍ଝାରପୁର ‘ସମାଜ’ ସମ୍ବାଦଦାତା ଅକ୍ଷୟ କୁମାର ନାୟକ, ସିଂହପୁର ‘ସମାଜ’ ସମ୍ବାଦଦାତା ରତନଲାଲ ଭୂୟାଁ ଓ ଏଜେଣ୍ଟ ସୀତାକାନ୍ତ ସାମଲଙ୍କ ତତ୍ତ୍ବାବଧାନରେ ସମ୍ପନ୍ନ ହୋ୍‌ଥିଲା। ଆଜିର ରିଲିଫ କାର୍ଯ୍ୟକ୍ରମରେ ରବୀନ୍ଦ୍ର ପରିଡା ସ୍ୱତଃପ୍ରବୃତ୍ତ ଭାବେ ସମାଜ ଜରିଆରେ ୮ଶହ ପ୍ୟାକେଟ୍‍ ବିସ୍କୁଟ ବଣ୍ଟନ କରିଥିଲେ। ଆଜିର ଏହି ରିଲିଫ ବଣ୍ଟନ କାର୍ଯ୍ୟରେ ଶ୍ରୀ ପରିଡାଙ୍କ ସମେତ ବରିଷ୍ଠ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, ଶିକ୍ଷାବିତ୍‍ ତଥା ସମାଜସେବୀ ରଞ୍ଜନ କୁମାର ଧଳ, ରଣପୁର ସରପଞ୍ଚ ଅଟଳ ବିହାରୀ ନାୟକ, ପୂର୍ବତନ ସାମ୍ବାଦିକ ତଥା ବରିଷ୍ଠ ଶିକ୍ଷକ ସତ୍ୟ ଶେଖର ନାୟକ ପ୍ରମୁଖ ଯୋଗଦେଇ ଥିଲେ। ସେହିପରି ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଞ୍ଚାୟତର ଚକଗୋପାଳପୁର ଗ୍ରାମଠାରେ ବ୍ରାହ୍ମଣୀ ନଦୀବନ୍ଧରେ ହୋଇଥିବା ଘାଇ ଓ ଘେରିବନ୍ଧ ଭାଙ୍ଗିଯିବାରୁ ବହୁ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଅପରାହ୍ନରେ ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନୀରଞ୍ଜନ ରଥଙ୍କ ନିର୍ଦ୍ଦେଶରେ ରିଲିଫ କମିଟି ପକ୍ଷରୁ ସୌଭାଗ୍ୟ କୁମାର ଜେନାଙ୍କ ନେତୃତ୍ୱରେ ଉକ୍ତ ପଞ୍ଚାୟତର ୫ ଓ ୬ ନମ୍ବର ୱାର୍ଡର ୩ ଶହରୁ ଊର୍ଦ୍ଧ୍ବ ବୁଣାକାର ପରିବାରଙ୍କ ସମେତ ଅନ୍ୟ ବିପନ୍ନ ମାନଙ୍କୁ ଚୁଡା, ଚିନି, ବିସ୍କୁଟ, ମହମବତି ଓ ଦିଆସିଲ ଆଦି ବଣ୍ଟନ କରାଯାଇଥିଲା। ରସୁଲପୁର ‘ସମାଜ’ ପ୍ରତିନିଧି କୈଳାସ ଚନ୍ଦ୍ର ରାଉତଙ୍କ ସମେତ ଗୋପାଳପୁର ଶ୍ରୀ ସତ୍ୟସାଇ ସଂଗଠନର ଆବାହକ ନରେନ୍ଦ୍ର କୁମାର ବେହେରା, ସମାଜସେବୀ ଚତୁର୍ଭୁଜ ଦାସ, ସ୍ୱେଚ୍ଛାସେବୀ ନନୀ ଗୋପାଳ ରାଉତ, ମଙ୍ଗୁଳି ବେହେରା, ପ୍ରକାଶ ଜେନା, ୱାର୍ଡ ସଭ୍ୟ ବିପିନି ବିହାରୀ ଗୁଇଁ ପ୍ରମୁଖ ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories