www.samajalive.in
Monday, December 15, 2025
14.1 C
Bhubaneswar

ସିବିଏସ୍‌ଇ ଦଶମ ଶ୍ରେଣୀ ପ୍ରଶ୍ନପତ୍ର ପ୍ରଘଟର ପର୍ଦାଫାସ : ମୁଖ୍ୟ କାର୍ପଟଦାର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସ ଗୁରୁବାର ସିବିଏସ୍‌ଇ ଦଶମ ଶ୍ରେଣୀ ପ୍ରଶ୍ନପତ୍ର ପ୍ରଘଟ ମାମଲାର ପର୍ଦାଫାସ କରିବାରେ ସଫଳ ହୋଇଛି। ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟର ମୁଖ୍ୟ କାର୍ପଟଦାର ତଥା କ୍ରାଇମବ୍ରାଞ୍ଚ ପୁଲିସ ଦ୍ୱାରା ପୂର୍ବରୁ ଗିରଫ ହୋଇଥିବା ରାକେଶ କୁମାର ହିଁ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟ କରିଛନ୍ତି। ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ବୋଲି ଯୁଗ୍ମ ସିପି ଅପରାଧ ଆଲୋକ କୁମାର ପ୍ରକାଶ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଡିସିପି ରାମ ଗୋପାଳ ନାଏକ ଭିନ୍ନ କଥା କହିଥିଲେ। ସିବିଏସ୍‌ଇ ଗଣିତ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ଏ ସମ୍ବନ୍ଧୀୟ ସମସ୍ତ ଘଟଣାର ପର୍ଦାଫାସ ହୋଇଛି ବୋଲି ସେ ଦର୍ଶାଇଥିଲେ। ରାକେଶଙ୍କୁ ହିମାଚଳ ପ୍ରଦେଶର ଉନାରୁ ଗିରଫ କରାଯାଇଥିଲା। ଏହି ରାଜ୍ୟରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଆଶଙ୍କା କରି କ୍ରାଇମ୍‌ ବ୍ରାଞ୍ଚ ପୁଲିସ ସେଠାରେ ପହଞ୍ଚିଥିଲା। ଉନା ସ୍ଥିତ ଏକ ସ୍କୁଲର କର୍ମଚାରୀ ରାକେଶଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ସନ୍ଦେହରେ ପୁଲିସ ଅଟକ ରଖି ପଚରା ଉଚୁରା କରିଥିଲା। ରାକେଶ ଓ ତାଙ୍କ ସାଥିଦ୍ୱୟ ପ୍ରଶ୍ନପତ୍ର ପ୍ରଘଟ କରିଥିବା ସ୍ପଷ୍ଟ ହେବା ପରେ ପୁଲିସ ସେମାନଙ୍କୁ ଗିରଫ କରି ନୂଆଦିଲ୍ଲୀ ଆଣିଥିଲା। ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟର ବିଶେଷ ପ୍ରଭାବ ପଡ଼ି ନ ଥିବାରୁ ଏହି ବିଷୟର ପୁନଃ ପରୀକ୍ଷା ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ମାତ୍ର ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ହ୍ୱାଟସଆପ୍‌ ମାଧ୍ୟମରେ ପ୍ରଘଟ ହୋଇଥିବାରୁ ଏହି ବିଷୟର ପୁନଃ ପରୀକ୍ଷା ଏପ୍ରିଲ ୨୫ରେ ଦେଶବ୍ୟାପୀ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories