ଝଡ଼ବର୍ଷାର ତାଣ୍ଡବ: ୟୁପିରେ ୨୨, ରାଜସ୍ଥାନରେ ୧୨ ମୃତ

0

ଲକ୍ଷ୍ନୌ/ଜୟପୁର : ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଝଡବର୍ଷା ତାଣ୍ଡବ ରଚିଛି। ଝଡବର୍ଷା ଯୋଗୁଁ ଉତ୍ତରପ୍ରଦେଶର ଆଗ୍ରା, ମଥୁରା ଓ ଫିରୋଜାବାଦରେ ୨୨ଜଣଙ୍କର ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଅଛନ୍ତି। ଆଗ୍ରାରେ ସର୍ବାଧିକ ୧୪ଜଣଙ୍କର ମୃତ୍ୟୁ ହୋଇଛି। ଘର ଭୁଶୁଡିବା କାରଣରୁ ଅଧିକାଂଶଙ୍କର ମୃତ୍ୟୁ ହୋଇଛି। ଏହି ଝଡବର୍ଷାରେ ୪୦ ଗୋରୁଗାଈ ପ୍ରାଣ ହରାଇଛନ୍ତି। ମଥୁରାରେ ଗୋଟିଏ ପରିବାରର ତିନିଟି ସନ୍ତାନ ପ୍ରାଣ ହରାଇଛନ୍ତି। ଆଗ୍ରା ଓ ମଧୁରା ଦେଇ ଯିବାକୁ ଥିବା ୨୫ଟି ଟ୍ରେନର ଯାତ୍ରା ପ୍ରଭାବିତ ହୋଇଛି। ସେହିପରି ରାଜସ୍ଥାନର ଧୋଲପୁର ଓ ଭରତପୁରରେ ୧୨ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ରାତିରେ ଏହି ଝଡବର୍ଷା ହୋଇଥିଲା। ଘଣ୍ଟାପ୍ରତି ୧୦୦କିମି ବେଗରେ ପବନ ବହିଥିଲା। ଏହି ଦୁଇରାଜ୍ୟ ବ୍ୟତୀତ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀରରେ ମଧ୍ୟ ଝଡବର୍ଷା ହୋଇଛି। ତେବେ ଏଠାରେ ସେପରି କୌଣସି କ୍ଷୟକ୍ଷତି ହୋଇନାହିଁ।

Leave A Reply