www.samajalive.in
Monday, December 15, 2025
17.1 C
Bhubaneswar

ସିବିଏସ୍‌ଇ ; ଅପ୍ରେଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଦେଶ ବ୍ୟାପୀ ବିକ୍ଷୋଭ ମଧ୍ୟରେ ଶିକ୍ଷା ସଚିବ ଅନୀଲ ସ୍ୱରୁପ ପୁନଃ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଅପ୍ରେଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି । ତେବେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପ୍ରଶ୍ନପତ୍ର କେବଳ ଦିଲ୍ଲୀ ଏବଂ ହରିୟାଣାରେ ପ୍ରଘଟ ହୋଇଛି । ଆବଶ୍ୟକ ପଡିଲେ ଏହି ଦୁଇ ରାଜ୍ୟରେ ଜୁଲାଇରେ ପୁନଃ ପରୀକ୍ଷା ହୋଇପାରେ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଗୁରୁବାର କହିଥିଲେ ଯେ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ପୁନଃ ପରୀକ୍ଷାର ତାରିଖ ଘୋଷଣା କରାଯିବ। ଏଭଳି ପ୍ରଶ୍ନପତ୍ର ପ୍ରଘଟ ଘଟଣା ଯେପରି ପୁନଃ ନଘଟେ ସେଥିପାଇଁ ଏକ ନୂଆ ବ୍ୟବସ୍ଥା ସୋମବାରଠାରୁ ଲାଗୁ କରାଯିବ । ପ୍ରକାଶ ଯେ ମାର୍ଚ୍ଚ ୨୮ରେ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ସିବିଏସ୍‌ଇ ଦଶମ ଗଣିତ ଏବଂ ଦ୍ୱାଦଶ ଅର୍ଥନୀତି ବିଷୟରେ ପୁନଃ ପରୀକ୍ଷା ହେବ ବୋଲି ଘୋଷଣା କରିଥିଲା । ଦଶମ ଶ୍ରେଣୀ ଗଣିତ ପରୀକ୍ଷା ମାର୍ଚ୍ଚ ୨୮ରେ ଶେଷ ହୋଇଥିଲାବେଳେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ମାର୍ଚ୍ଚ ୨୬ରେ ସରିଥିଲା । ଏହି ଦୁଇ ବିଷୟର ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସିବିଏସ୍‌ଇ ଓ କେନ୍ଦ୍ର ସରକାର ପୁନଃ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଝାରଖଣ୍ଡର ଚତରା ଅଞ୍ଚଳରୁ ୪ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି । ସେପଟେ ଦିଲ୍ଲୀ ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଗୁରୁବାର ୨୫ ଜଣଙ୍କୁ ଅଟକ ରଖି ଜେରା କରୁଛି । ଅଟକଙ୍କ ମଧ୍ୟରେ ୧୩ ଜଣ ସ୍କୁଲ ଛାତ୍ର, ୫ ଜଣ କଲେଜ ଛାତ୍ର, ୫ ଟ୍ୟୁସନ ଶିକ୍ଷକ ଏବଂ ୨ ଜଣ ଅନ୍ୟ ଲୋକ ଅଛନ୍ତି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories