www.samajalive.in
Sunday, December 14, 2025
26.1 C
Bhubaneswar

ଏନ୍‌ଡିଏରେ ମିଶିବାକୁ ମାୟାବତୀଙ୍କୁ ଅଠୱାଲେଙ୍କ ଆମନ୍ତ୍ରଣ

ଲକ୍ଷ୍ନୌ : କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠୱାଲେ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ମିଶିବାକୁ ଆମନ୍ତ୍ରଣ କରିଛନ୍ତି । ଯଦି ମାୟାବତୀ ଦଳିତଙ୍କ ଚିନ୍ତା କରୁଛନ୍ତି, ତେବେ ସେ ଏନଡିଏରେ ଯୋଗଦେବା ଉଚିତ୍‌ ବୋଲି ଅଠୱାଲେ କହିଛନ୍ତି । ଉତ୍ତର ପ୍ରଦେଶରେ ୮୦ ଲୋକସଭା ଆସନ ଜିତିବ ବୋଲି ଦୃଢତା ପ୍ରକାଶ କରୁଥିବା ବିଜେପି ନେତାଙ୍କ ସାମ୍ନାରେ ଅଠୱାଲେ କହିଛନ୍ତି ଯେ ସପା-ବସପା ମେଣ୍ଟ ଯୋଗୁଁ ବିଜେପି ହାତରୁ ୨୦ରୁ ୨୫ଟି ଆସନ ଖସିଯିବ । କିନ୍ତୁ ଏହାଦ୍ୱାରା କେନ୍ଦ୍ରରେ ସରକାର ଗଢିବା ପାଇଁ ଏନଡିଏର କୌଣସି ସମସ୍ୟା ହେବ ନାହିଁ । ଭାରତୀୟ ଗଣାତାନ୍ତ୍ରିକ ଦଳ (ଆରପିଆଇ)ର ଅଧ୍ୟକ୍ଷ ରାମଦାସ ଅଠୱାଲେ ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଏହା ପ୍ରକାଶ କରିଛନ୍ତି । ଅଠୱାଲେ କହିଥିଲେ ଯେ ବିଏସ୍‌ପି ନେତ୍ରୀ ମାୟାବତୀ ଦଳିତଙ୍କ ହିତ ଚାହୁଁଥିଲେ ଏନଡିଏରେ ଯୋଗଦେବା ଉଚିତ୍‌ । ଏନଡିଏରେ ରହିଲେ ମାୟାବତୀ ଏବଂ ରାମବିଳାସ ପାଶୱାନ ମିଳିତ ଭାବେ ଦଳିତଙ୍କ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅଧିକ ଅର୍ଥ ନେଇପାରିବେ । ବିଏସ୍‌ପି ସହଯୋଗରେ ଗୋରଖପୁର ଏବଂ ଫୁଲପୁର ଲୋକସଭା ଉପନିର୍ବାଚନ ଜିତିଥିବା ସପା, ରାଜ୍ୟସଭା ନିର୍ବାଚନରେ ମାୟାବତୀଙ୍କୁ ଧୋକ୍କା ଦେଇଛି । ତେଣୁ ମାୟାବତୀ ଏନ୍‌ଡିଏରେ ଯୋଗଦେବା ଉଚିତ୍‌ ବୋଲି ସେ କହିଛନ୍ତି । ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନରେ ସପା-ବିଏସ୍‌ପି ମେଣ୍ଟକୁ ୨୦ରୁ ୨୫ ଆସନ ମିଳିବ ଓ ବିଜେପିକୁ ୫୦ରୁ ଅଧିକ ଆସନ ମିଳିବ ବୋଲି ସେ ପ୍ରକାଶ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାଡୁ ଗାନ୍ଧି କି ଅଖିଳେଶ ଏବଂ ମାୟାବତୀଙ୍କ ମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ନା କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories