www.samajalive.in
Sunday, December 14, 2025
26.1 C
Bhubaneswar

ପିପିଲିରେ ବିଦ୍ୟୁତ ସେବା ବ୍ୟାହତ; ଉପଭୋକ୍ତା ହନ୍ତସନ୍ତ

ପିପିଲି: ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‍ ସେବା ଯୋଗାଇବାକୁ ସେସୁର ବିତରଣ ଫ୍ରାଞ୍ଚାଇଜ୍‍ ନେଇଥିବା ସି-ସାଇଡ୍‍ ୟୁଟିଲିଟି ପ୍ରାଇଭେଟ୍‍ ଲିମିଟେଡ୍‍ (ଏସ୍‍ୟୁପିଏଲ୍‍)ସଂସ୍ଥାର ସମସ୍ତ ଫିଲ୍‍ଡ କର୍ମଚାରୀ ଗତ ୪୦ଦିନ ଧରି ଧାରଣାରେ ବସି ରହିବା ଫଳରେ ପିପିଲିରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଏହାର ସମାଧାନ ଦିଗରେ କୌଣସି ଉପରିସ୍ଥ ଅଧିକାରୀ ହସ୍ତକ୍ଷେପ କରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏସ୍‍ୟୁପିଏଲ୍‍ ସଂସ୍ଥା ଅଧିନରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ଗତମାସ ୨୦ ତାରିଖ ଠାରୁ ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁଁ ଗ୍ରୀଷ୍ମ ପ୍ରଭାବରେ ବିଦ୍ୟୁତ ଅସୁବିଧା ଏବଂ ମରାମତିର ଆବଶ୍ୟକତା ବଢୁଥିବା ବେଳେ ଏକ ଜରୁରୀ କାଳୀନ ସେବା ନମିଳିବା ଏହି ଅଞ୍ଚଳର ହଜାର ହଜାର ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି। ଦିନସାରା ଫ୍ରାଞ୍ଚାଇଜ୍‍ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ବିଦ୍ୟୁତ ଦେୟ ପଇଠ କରିବା କିମ୍ବା ବିଦ୍ୟୁତ୍‍ ସମସ୍ୟା ସଂପର୍କରେ ଅଭିଯୋଗ କରିବାକୁ ଯାଉଥିବା ଗ୍ରାହକ ମାନଙ୍କୁ ହତାଶ ହୋଇ ଫେରିବାକୁ ପଡୁଛି। ସଂନ୍ଧ୍ୟା ପରେ ଫ୍ରାଞ୍ଚାଇଜର ଗ୍ରାହକ ସେସୁର ସ୍ଥାନୀୟ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ଶୀଘ୍ର ମରାମତି ପାଇଁ ଗଣ୍ଡଗୋଳ କରିବାକୁ ମଧ୍ୟ ବାଧ୍ୟ ହେଉଥିବା ସୂଚନା ମିଳିଛି। ସେସୁ କର୍ମଚାରୀଙ୍କ ପକ୍ଷରୁ୧୧ କେଭି ଲାଇନ ମରାମତି ସହ ସମସ୍ତ ଏଲ୍‍ଟି ଫିଉଜ କଲ୍‍ ମରାମତି ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ସମ୍ଭବପର ହେଉନଥିବାରୁ ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହୁଛନ୍ତି। ବିଗତ ଦିନରେ ଏଥିଯୋଗୁଁ ପିପିଲି ବଜାର, ପୋଷ୍ଟାଲ ଛକ, ମେଡିକାଲ ଛକ, ଚଉଦମାଣ ଗ୍ରାମ ଆଦି ଅଞ୍ଚଳରେ ମରାମତି ଅଭାବରୁ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବ୍ୟାହତ ହେବାରୁ ପ୍ରବଳ ଜନ ଅ୍ରସନ୍ତୋଷ ପ୍ରକାଶ ପାଇଥିଲା। ଗ୍ରାମାଞ୍ଚଳରେ ଶହ ଶହ ଉପଭୋକ୍ତା ମଧ୍ୟ ଅନୁରୂପ ସମସ୍ୟାର ଶିକାର ହେଉଛନ୍ତି। ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଗ୍ରାହକଙ୍କୁ ଦୈନନ୍ଦିନ ମରାମତି ସେବା ଯୋଗାଇ ଦେବା ଦିଗରେ ବିତରଣ ସଂସ୍ଥା କିମ୍ବା ସେସୁର ଉପରିସ୍ଥ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories