www.samajalive.in
Sunday, December 14, 2025
26.1 C
Bhubaneswar

ମଣିପୁରର ଦୁଇ ଛାତ୍ର ହତ୍ୟା ଘଟଣା, ତଦନ୍ତ ପାଇଁ ଯିବେ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ

ଡେସ୍କ: ମଣିପୁରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଦ୍ୱାରା ୨ ଜଣ ଛାତ୍ରଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟ୍ଟନାଗର ଆଜି ମଣିପୁରରେ ଗସ୍ତରେ ଯାଉଛନ୍ତି। ସନ୍ଦିଗ୍ଧ ସଶସ୍ତ୍ର ବ୍ୟକ୍ତିଙ୍କ ଦ୍ୱାରା ଦୁଇ ଜଣ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ସୋମବାର ଠାରୁ ରାଜ୍ୟରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟ୍ଟନାଗର ଅନ୍ୟ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ବିମାନରେ ମଣିପୁରରେ ପହଞ୍ଚିବେ। ଯୁଗ୍ମ ନିର୍ଦ୍ଦେଶକ ଘନଶ୍ୟାମ ଉପାଧ୍ୟାୟ ମଧ୍ୟ ଏହି ଟିମରେ ଅଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ବିରେନ୍ କହିଛନ୍ତି, ମୁଁ ରାଜ୍ୟବାସୀଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ଅପରାଧୀଙ୍କୁ ଖୋଜିବା ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଆସିଛି। ଏହି ଘଟଣା ନେଇ ସୋମବାର ଦିନ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories