www.samajalive.in
Sunday, December 14, 2025
23.1 C
Bhubaneswar

କଲମପୁର ଅଞ୍ଚଳରେ ସାପ ଆତଙ୍କ; ପୁଣି ଜଣେ ଗୁରୁତର

କଲମପୁର: ସାପ ଦଂଶନରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ କଲମପୁର ଅଞ୍ଚଳରେ କେହି ନା କେହି ସାପ ଦଂଶନର ଶିକାର ହୋଇ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଭଇଁରୀ ଭିର୍କାପଡ଼ାର ପଙ୍କଜିନୀ କଣ୍ଟା ନମକ ଜନୈକ ବାଳିକା ସାପ ଦଂଶନରେ ଶିକାର ହୋଇ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଥିବା ବେଳେ ପୁଣି ବୁଧବାର ଗୌଡକେନ୍ଦୁଗୁଡାର ଅନୀଲ ମାଝୀ ନାମକ ଯୁବକ ସାପ ଦଂଶନରେ ଗୁରୁତର ହୋଇ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଅନୀଲ ଚାଷ ଜମିର ହୁଡାରେ ଥିବା ଲଟା ବୁଦା ସବୁ କାଟି ସଫା କରୁଥିବା ବେଳେ ଏକ ଜଙ୍ଗଲି ସାପ ତାଙ୍କ ହାତକୁ କାମୁଡି ଦେଇଥିଲା। ତୁରନ୍ତ ଏନେଇ ସେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୀଲଙ୍କ ଚିକିତ୍ସା ଜାରି ରହିଛି।

- Advertisement -

ସୂଚନାଯୋଗ୍ୟ, କଲମପୁର ଅଞ୍ଚଳରେ ରୀତିମତ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣରେ ଆତଙ୍କ ଦେଖାଦେଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories