ଡେସ୍କ: ଜାମ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ପଞ୍ଜାବ ଓ ଜାମ୍ମୁ କାଶ୍ମୀରରେ ପାକିସ୍ତାନ ଆତଙ୍କବାଦ ସୃଷ୍ଟି କରୁଛି। ଡୋଡା ଜିଲ୍ଲାର ଗଂଦୋହ ଠାରେ ନବନିର୍ମିତ ପୁଲିସ କମ୍ପ୍ଲେକ୍ସର ଉଦଘାଟନୀ ଉତ୍ସବରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ପାଇଁ ପଞ୍ଜାବ ପରି ଜାମ୍ମୁ କାଶ୍ମୀରରେ ପାକିସ୍ତାନ ହାଇବ୍ରିଡ ଏବଂ ନାର୍କୋ ଆତଙ୍କବାଦକୁ ପ୍ରାୟୋଜିତ କରୁଛି। ଶ୍ରୀ ଦିଲବାଗ ସିଂ କହିଛନ୍ତି ଯେ ଖୁବ ଶୀଘ୍ର କେନ୍ଦ୍ରଶାସିତ ଅଞ୍ଚଳରୁ ଆତଙ୍କବାଦର ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରାଯିବ।
Popular Categories



