ଅଖିଳେଶ ଯାଦବଙ୍କୁ ସିବିଆଇ ନୋଟିସ୍
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନୋଟିସ୍ ଜାରି କରିଛି ସିବିଆଇ। ବେଆଇନ ଖନନ ମାମଲାରେ ଫେବୃଆରୀ ୨୯ରେ ତାଙ୍କୁ ଦିଲ୍ଲୀସ୍ଥିତ ସିିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି। ଅଖିଳେଶ ଯାଦବଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ କୁହାଯାଇଛି। ଏନେଇ ସେ ନିଜେ ରାଜଧାନୀରେ ଏକ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଅଖିଳେଶ କହିଛନ୍ତି ଯେ, ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏକ ନୋଟିସ୍ ଆସିଥିଲା ଏବଂ ଏହି ନିର୍ବାଚନ ସମୟରେ ମଧ୍ୟ ଏକ ନୋଟିସ୍ ଆସିଛି। ସିବିଆଇର ଏହି ନୋଟିସ୍କୁ ଲୋକସଭା ନିର୍ବାଚନ ସହିତ ମଧ୍ୟ ଯୋଡ଼ାଯାଉଛି।
Comments are closed.