ଜାଲ ଆଦିବାସୀ ଜାତିଗତ ପ୍ରମାଣପତ୍ରକୁ ବିରୋଧ

ଭତରା ବିକାଶ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଅଣଆଦିବାସୀମାନେ ଚଞ୍ଚକତା କରି ଆଦିବାସୀ ଜାତି ପ୍ରମାଣପତ୍ର ହାସଲ କରିବାପାଇଁ ନବରଙ୍ଗପୁର ଜିଲାରେ ଜୋରସୋର ଭାବେ ତହସିଲ କାର୍ଯ୍ୟାଳୟରେ ଚାପ ପକାଉଥିବା ନେଇ ନବରଙ୍ଗପୁର ଜିଲା ଅଖିଳ ଭାରତ ଭତରା ବିକାଶ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାର ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛିି ଯେ, ଦୀର୍ଘଦିନ ଧରି ଜାଲ ଜାତିଗତ ପ୍ରମାଣପତ୍ରକୁ ବିରୋଧ କରି ପୂର୍ବରୁ ବହୁବାର ଜିଲା ପ୍ରଶାସନଙ୍କର ନିକଟରେ ଦାବି କରାଯାଇଛି। ତଥାପି ଏହିଦାବିକୁ ପ୍ରଶାସନ ଖାତିର ନକରି ଅଣଆଦିବାସୀମାନଙ୍କୁ ଆଦିବାସୀ ଜାତି ପ୍ରମାଣପତ୍ର ପ୍ରଦାନ କରାଯାଉଛିା ଯାହାଫଳରେ ଡମ୍ବ ଖ୍ରୀଷ୍ଟିୟାନ ଓ ଆଦିବାସୀଙ୍କର ମଧ୍ୟରେ ଲଢେଇ କରିବାର ସୂତ୍ରପାତ କରିବାର ଏକ ଷଡଯନ୍ତ୍ର ଚାଲିଛି। ଆଗାମୀ ଦିନରେ ଯଦି ଏଭଳି ଅଣଆଦିବାସୀଙ୍କୁ ଆଦିବାସୀ ଜାତି ପ୍ରମାଣପତ୍ରମାନ ଦିଆଯାଏ ତାହାହେଲେ ଭବଷ୍ୟତରେ ରକ୍ତପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଜିଲା ପ୍ରଶାସନହିଁ ସଂପୂର୍ଣ୍ଣଭାବେ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ତେଣୁ ପ୍ରଶାସନ ଉଚିତ ତଦନ୍ତ କରି ପ୍ରକୃତ ତଥ୍ୟ ସଂଗ୍ରହ କରି ଉଚ୍ଚତମ ନ୍ୟାୟାଳୟର ଗାଇଡଲାଇନ ଓ ରାଜ୍ୟସରକାରଙ୍କର ଜାତିଗତ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ପ୍ରକାରେ ଚିହ୍ନଟ କରାଯାଇ ପ୍ରମାଣପତ୍ର ଦିଆଯିବାକୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଜିଲା ସଭାପତି ଅର୍ଜୁନ ଭତରା, ଜିଲା ସମ୍ପାଦକ ଜୟରାମ ଭତରା, ଉପସଭାପତି ଶଶିଧର ମାଝୀ, ପ୍ରତାପଚନ୍ଦ୍ର ନାୟକ, ରତନ ମାଝୀ, ଗୌରୀଶଙ୍କର ମାଝୀ, ଦିବାକର ପୂଜାରୀ ଓ ମୋହନ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

kalyan agarbati

Comments are closed.