ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ନଷ୍ଟ ହେଉଛି କାଜୁ ଗଛ

ଝୁମ୍ପୁରା: ଝୁମ୍ପୁରା ନହବେଡା ପଞ୍ଚାୟତ ବାଘିଆନସା ଗ୍ରାମରେ ଓଟିଇଏଲପି ଏବଂ ଚମ୍ପୁଆ ଆଇଟିଡିଏ ତରଫରୁ ୨ ହେକ୍ଟର ଜମିରେ ମନରେଗା ଯୋଜନାରୁ କାଜୁ ଗଛ ଲାଗିଥିଲା। କାଜୁ ଗଛ ଲାଗିବା ପରେ କାଜୁ ଗଛର ରକ୍ଷଣାବେକ୍ଷଣ କରିବା ସହିତ କାଜୁ ଗଛକୁ ଗାଈ ଛେଳି ଯେପରି ନଷ୍ଟ ନକରିବେ ତା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାଜୁ ଗଛ ମୂଳରେ ସାର ପ୍ରୟୋଗ କରିବା ସହିତ କାଜୁ ଗଛ ଲାଗିଥିବା ସ୍ଥାନରେ ଯେପରି ନିଆଁ ନଲାଗିବ ସେଥିପାଇଁ ଗଛ ଲାଗିଥିବା ସ୍ଥାନକୁ ସଫା ସୁତୁରା ରଖିବା କଥା। କିନ୍ତୁ ଦୁଃଖର ବିଷୟ ଗଛ ଲଗାଇ ଦେବା ପରେ ବିଭାଗ ଗଛର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେଉନଥିବା ଦେଖିବାକୁ ମିଳୁଛି। କାଜୁ ଗଛକୁ ସୁରକ୍ଷା ଦେବା ନିମନ୍ତେ ବିଭାଗ ତରଫରୁ ସବୁଜ ଘର କରାଯାଇଥିଲା, କିନ୍ତୁ ସବୁଜ ଘରକୁ ସୁରକ୍ଷା ଦେଉଥିବା ଖୁଣ୍ଟଗୁଡିକୁ ଉଈ ଖାଇ ଯାଉଥିବାରୁ ବର୍ତ୍ତମାନ ଅଧିକାଂଶ ଖୁଣ୍ଟ ଭାଙ୍ଗିଯିବା ସହିତ କିଛି ଗଛ ରକ୍ଷଣାବେକ୍ଷଣ ଅଭାବରୁ ମରିଯାଇଥିବା ଦେଖିବାକୁ ମିଳୁଛି। ସରକାର ଗଛ ଲଗାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ବିଭାଗ ଗଛ ଲଗାଇ ଦେବା ପରେ ତାର ରକ୍ଷଣା ବେକ୍ଷଣା କରୁନଥିବାରୁ କିଛି ଗଛ ମରିଯାଉଥିବା ବେଳେ ଆଉ କିଛି ଗଛକୁ ଗାଈ ଛେଳି ମୁହଁକୁ ଚାଲିଯାଉଛି, ଯାହା ଫଳରେ ସରକାର ଜନସାଧାରଣଙ୍କ ନିମନ୍ତେ କରିଥିବା ଯୋଜନା ଠିକ୍‌‌ ଭାବରେ ସଫଳ ହୋଇପାରୁ ନଥିବା ଦେଖିବାକୁ ମିଳୁଛି। ବାଘିଆନସା ଗ୍ରାମରେ ୨ ହେକ୍ଟର ଜମିରେ ଲାଗିଥିବା ଗଛଗୁଡିକୁ ସୁରକ୍ଷା ଦେବାରରେ ଆଇଟିଡିଏ ଦୃଷ୍ଟି ଦେଉଛି ନା ଗାଈ ମୁହଁକୁ ଯାଉଛି ତାହା ଦେଖିବା ବାକି ରହିଲା।

kalyan agarbati

Comments are closed.