ସମାଜ ଡିଜିଟାଲ ଡେସ୍କ: ଅନଲାଇନରେ ଟ୍ରେଡିଙ୍ଗ କରି କ୍ଷତି ହେବାରୁ ନଦୀକୁ ଡେଇଁଲେ ଯୁବକ । କଟକ ଜିଲା ତ୍ରିଶୁଳିଆ ବ୍ରିଜ ନିକଟରେ ଯୁବକଙ୍କ କାର ଥୁଆ ହୋଇଥିବାବେଳେ ନିକଟରେ ଚପଲ ପଡିଥିବା ଦେଖିବାକୁ ମିଳିଛି । ହେଲେ ସଂପୃକ୍ତ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ । ନିଖୋଜ ଯୁବକଙ୍କ ନାଁ ତୁଷାର ଭଟ୍ଟ ଓ ତାଙ୍କ ଘର ଗୁଜରାଟରେ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ଯୁବକଙ୍କ କୌଣସି ପତ୍ତା ମିଳିନଥିବା ପୁଲିସ କହିଛି । ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ତୁଷାର ଭୁବନେଶ୍ୱରରେ ରହୁଥିଲେ । ବୁଧବାର ଦିନ କୌଣସି କାମ ଥିବା କହି ଘରୁ ବାହାରିଥିଲେ ତୁଷାର । ଆଜି ସକାଳେ ତୁଷାରଙ୍କ କାର ତ୍ରିଶୁଳିଆ ବ୍ରିଜ ଉପରେ ଛିଡା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ବାରଙ୍ଗ ଥାନା ପୁଲିସ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Popular Categories



