www.samajalive.in
Sunday, December 7, 2025
23.1 C
Bhubaneswar

‘ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି’ :ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଅଭିଯାନକୁ ଅଧିକ ସଶକ୍ତ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଏମ୍‌ଆର୍‌ଆଇ ପରୀକ୍ଷା ସୁବିଧା ଉପଲବ୍ଧ କରାଇବା ଏପରି ପ୍ରୟାସରେ ଏକ ମାଇଲଖୁଣ୍ଟ ବିବେଚିତ ହେବ। ଏହା ଫଳରେ ସହଜରେ ଓ କମ ମୂଲ୍ୟରେ ଏମ୍‌ଆର୍‌ଆଇ ପରୀକ୍ଷା କରାଯାଇପାରିବ। ରାଜ୍ୟର ଅନ୍ୟ ହସ୍‌ପିଟାଲ୍‌ମାନଙ୍କରେ ଏପରି ସୁବିଧା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି।

ଆଜି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ପିପିପି ମୋଡ୍‌ରେ ପ୍ରତିଷ୍ଠିତ ଏମ୍‌ଆର୍‌ଆଇ ପରୀକ୍ଷା ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀ ଦାସ ଲୋକାର୍ପଣ କରିଛନ୍ତି। ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀମାନଙ୍କର ଏମ୍‌ଆର୍‌ଆଇ ଟେଷ୍ଟ କରାଯାଇପାରିବ। ଏଠାରେ ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନ୍‌ଜିଓ, ଭେନୋଗ୍ରାମ୍‌ ଓ ସ୍ପେକେଫ୍ରାସ୍କୋପି ପରୀକ୍ଷା, ଅର୍‌ବିଟ୍‌, ମେରୁଦଣ୍ଡ, ମଣିବନ୍ଧ, କହୁଣି, କାନ୍ଧ, ଆଣ୍ଠୁ ଇତ୍ୟାଦି ଖଞ୍ଜା, ମୁହଁ ଓ ବେକ, ତଳିପେଟ, ହାତ, ଗୋଡ଼ ଓ ପାଦ ଇତ୍ୟାଦିର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ପରୀକ୍ଷା ସମ୍ଭବ ହୋଇପାରିବ
ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
ରାଜ୍ୟରେ ପିପିପି ମୋଡ୍‌ରେ ହୋଇଥିବା ଏହି ସର୍ବପ୍ରଥମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଣିପାଲ୍‌ ହେଲ୍‌ଥ ମ୍ୟାପ୍‌ ଡାଇଗ୍ନୋଷ୍ଟିକ୍ସ ସ୍ୱାସ୍ଥ୍ୟାନୁଷ୍ଠାନ ସହିତ ରାଜିନାମା କ୍ରମେ ଆରମ୍ଭ ହୋଇଛି। ମଣିପାଲ୍‌ ସହିତ ରାଜ୍ୟ ସରକାର ଏଥିପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଚୁକ୍ତି ସଂପାଦନ କରିଥିଲେ। ଅଗଷ୍ଟ ମାସରୁ କାର୍ଯ୍ୟ ଆରମ୍ଭ ହୋଇ ଚଳିତ ମାସ ୨୦ ତାରିଖରେ ସଂପୂର୍ଣ୍ଣ ହୋଇଥିଲା। ଏଥି ପାଇଁ ଆନୁମାନିକ ୮ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତଙ୍କ ସମେତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ,
ଅଧୀକ୍ଷକ ଡାକ୍ତର ବିରଞ୍ଚି ନାରାୟଣ ବାରିକ ଓ ଉପଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories