www.samajalive.in
Monday, December 15, 2025
24.1 C
Bhubaneswar

ସମ୍ପୂର୍ଣ୍ଣଭାବେ ଭଲ ହୋଇଯାଉଛି କ୍ୟାନସର୍‌ – ପରୀକ୍ଷଣରେ ସାମିଲ ହୋଇଥିବା ସମସ୍ତ ଆକ୍ରାନ୍ତ ହେଲେ ସୁସ୍ଥ

ନ୍ୟୁୟର୍କ – କର୍କଟ ବା କ୍ୟାନସରରୁ ସମ୍ପୂର୍ଣ୍ଣ ଭାବେ ଭଲ ହେବା ପାଇଁ ଚିକିତ୍ସା ଉପାୟ ମିଳିଯାଇଥିବା ଆମେରିକାର ମାନହାଟ୍ଟନରେ ଥିବା ମେମୋରିଆଲ୍‌ ସୋଲାନ୍‌ କେଟରିଙ୍ଗ କ୍ୟାନସର୍‌ ସେଣ୍ଟର ପକ୍ଷରୁ ଦାବି କରାଯାଇଛି । ପ୍ରଥମ ଥର ପାଇଁ କ୍ୟାନସର୍‌ ଆକ୍ରାନ୍ତଙ୍କର ସମ୍ପୂର୍ଣ୍ଣ ଭାବେ ସଫଳ ଚିକିତ୍ସା କରାଯାଇଥିବା ସେଣ୍ଟର ପକ୍ଷରୁ ଦାବି କରାଯାଇଛି ।

ଏହାପରେ କ୍ୟାନସର୍‌ ଆକ୍ରାନ୍ତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଆଶା ପ୍ରକାଶ ପାଇଛି । ଏବେ ସାରା ବିଶ୍ୱରେ ଏଥିଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ୨୦୨୦ ମସିହାରେ ପ୍ରାୟ ଏକ କୋଟି ଲୋକ ଏଥିଯୋଗୁଁ ପ୍ରାଣ ହରାଇଥିଲେ । ପ୍ରତି ୬ ଜଣଙ୍କରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ତନ କର୍କଟ ଯୋଗୁଁ ସର୍ବାଧିକ୨୨ଲକ୍ଷ ୬୦ ହଜାର, ଫୁସ୍‌ଫୁସ୍‌ କର୍କଟ ଯୋଗୁଁ୨୨ଲକ୍ଷ ୨୧ ହଜାର, ପେଟରେ ଅଗ୍ନାଶୟ ଓ କ୍ଷଦ୍ରାନ୍ତ କର୍କଟରେ ୧୦ ଲକ୍ଷ ୯୩ ହଜାର ଏବଂ ପୋଷ୍ଟ୍ରେଟ୍‌ କ୍ୟାନସରରେ ୧୦ ଲକ୍ଷ ୪୧ ହଜାର ଜଣଙ୍କର ମୃତ୍ୟୁ ହୋଇଥିଲା ।

- Advertisement -

ଆମେରିକାରେ କରାଯାଇଥିବା ଏହି ମାନବୀୟ ପରୀକ୍ଷଣରେ ୧୮ ଜଣଙ୍କୁ ସାମିଲ କରାଯାଇଥିଲା । ଏଥିରେ ‘Dostarlimab’ ଡୋଷ୍ଟାରଲିମାବ୍‌ ନାମକ ଔଷଧକୁ ବ୍ୟବହାର କରାଯାଇଥିଲା । ପ୍ରାୟ ୬ ମାସ ବ୍ୟବହାର ପରେ ଜଣଙ୍କର ଟ୍ୟୁମର୍‌ ସବୁ ଭଲ ହୋଇଯାଇଥିଲା । ଏହା ପୂର୍ବରୁ ଏହି କର୍କଟ ଆକ୍ରାନ୍ତମାନଙ୍କର ବିଭିନ୍ନ ପ୍ରକାରର ଚିକିତ୍ସା ହୋଇଥିଲା । ଏହି ଚିକିତ୍ସା ପରେ ପରୀକ୍ଷଣରୁ ଆକ୍ରାନ୍ତମାନେ କର୍କଟରୁ ମୁକ୍ତି ପାଇଥିବା ଜଣା ପଡିଥିଲେ । ଏଥିରେ ସାମିଲ ଥିବା ଡାକ୍ତର ବିଶେଷଜ୍ଞ ଏବଂ ଆକ୍ରାନ୍ତମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଥିଲେ । ଅନେକ ଆଖିରୁ ଖୁସୀର ଲୁହ ନିଗିଡି ପଡିଥିଲା ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories