www.samajalive.in
Tuesday, December 9, 2025
19.1 C
Bhubaneswar

କାନାଡ଼ାର ସମ୍ମାନସୂଚକ ନାଗରିକତ୍ୱ ହରାଇଲେ ସୁ କି

ଓଟାୱା : ମ୍ୟାଁମାର ରାଷ୍ଟ୍ର ମୁଖ୍ୟ ଅଙ୍ଗ୍‍ ସାନ୍‍ ସୁ କି’ଙ୍କୁ ପ୍ରଦତ୍ତ ସମ୍ମାନସୂଚକ ନାଗରିକତ୍ୱ ପ୍ରତ୍ୟାହାର କରିନେଇଛି କାନାଡ଼ା। ଦେଶର ପାର୍ଲାମେଣ୍ଟରେ ଶୁକ୍ରବାର ଏ ସଂକ୍ରାନ୍ତ ପ୍ରସ୍ତାବ ସର୍ବସମ୍ମତ ଭାବେ ଗୃହୀତ ହୋଇଛି। ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା ନେଇ କାନାଡ଼ା ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଦେଶର ବିଦେଶ ମନ୍ତ୍ରୀ ଖ୍ରୀଷ୍ଟିୟା ଫ୍ରିଲାଣ୍ଡ। ୨୦୦୭ରେ ଗଣତନ୍ତ୍ର ଉଦ୍‍ଘୋଷକ ତଥା ନୋବେଲ ପୁରସ୍କାର ବିଜେତା ସୁ କି’ଙ୍କୁ ଓଟାୱା ପକ୍ଷରୁ ଏହି ବିରଳ ସମ୍ମାନ ପ୍ରଦାନ କରାଯାଇଥିଲା। ଦଲାଇ ଲାମା, ନେଲସନ୍‍ ମାଣ୍ଡେଲା ଓ ମଲାଲା ୟୁସୁଫଯାଇଙ୍କ ସହ ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କାନାଡ଼ା ପକ୍ଷରୁ ସମ୍ମାନସୂଚକ ନାଗରିକତ୍ୱ ପ୍ରଦାନ କରାଯାଇଛି। ବର୍ଷକ ପୂର୍ବେ ମ୍ୟାଁମାର ସେନା ବଳପୂର୍ବକ ଦେଶରୁ ୭ଲକ୍ଷ ରୋହିଙ୍ଗ୍ୟା ମୁସଲମାନଙ୍କୁ ତଡ଼ିଦେବା ଓ ସେମାନଙ୍କ ଉପରେ ଅକଥନୀୟ ନିର୍ଯାତନା କରିବା ପରିପ୍ରେକ୍ଷୀରେ ସୁ କି’ଙ୍କ ଆନ୍ତର୍ଜାତିକ ଖ୍ୟାତିରେ ଆଞ୍ଚ ଆସିଛି। ଗୁରୁବାର ଏହି ପ୍ରସଙ୍ଗରେ ଜାତିସଂଘ ପକ୍ଷରୁ ମ୍ୟାଁମାର ସେନାଧ୍ୟକ୍ଷ ଓ ଅନ୍ୟ ୫ବରିଷ୍ଠ ସେନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କମିଟି ଗଠନ କରାଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories