www.samajalive.in
Tuesday, December 9, 2025
15.1 C
Bhubaneswar

କାଫେ କଫି ଡେ’ ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିଖୋଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସଏମ କୃଷ୍ଣାଙ୍କ ଜ୍ୱାଇଁ ତଥା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। କୁହାଯାଉଛି ଯେ ସିଦ୍ଧାର୍ଥ ଜୁଲାଇ ୨୯ରେ ମାଙ୍ଗାଲୁରୁ ଆସିଥିଲେ। ମଝି ରାସ୍ତାରେ ସେ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ନିଜ କାରରୁ ଓହ୍ଲାଇପଡିଥିଲେ। ଏହାପରଠାରୁ ସେ ନିଖୋଜ ଅଛନ୍ତି।

ସିଦ୍ଧାର୍ଥ ନିଖୋଜ ହେବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସିଦ୍ଧାର୍ଥ କାଫେ କଫି ଡେ’ର କର୍ମଚାରୀ ଏବଂ ନିର୍ଦେଶକ ମଣ୍ଡଳୀକୁ ଏକ ପତ୍ର ଲେଖିଥିଲେ। ଏହି ପତ୍ରରେ ସେ କହିଥିଲେ ଯେ ସବୁ ଆର୍ଥିକ ନେଣଦେଣ ମୋ ଦାୟିତ୍ୱ ଓ ଆଇନ ପାଖରେ କେବଳ ମୁଁ ଜବାବଦେହୀ। ମୋ ଉପରେ ଆସ୍ଥା ରଖିଥିବା ସମସ୍ତ ଲୋକଙ୍କୁ ନିରାଶ କରିଥିବାରୁ ମୁଁ ଦୁଃଖିତ। ଜଣେ ଉଦ୍ୟୋଗପତି ଭାବେ ମୁଁ ବିଫଳ ହୋଇଛି। ମୁଁ ଦୀର୍ଘ ଦିନ ସଂଘର୍ଷ କଲି, କିନ୍ତୁ ଏବେ ଆଉ ମୁଁ ପାରିବିନାହିଁ। ୬ ମାସ ତଳେ ଜଣେ ସାଙ୍ଗଠାରୁ ଅନେକ ଟଙ୍କା ଧାର ଆଣି କିଛି ନେଣଦେଣ କରିଥିଲି। ସେହି ନେଣଦେଣର ସେୟାରକୁ ପୁନଃ କିଣିବା ପାଇଁ ମୋ ଉପରେ ଏକ ଘରୋଇ ଅଂଶୀଦାର ପ୍ରବଳ ଚାପ ପକାଉଛନ୍ତି। ଏହାସହ ଅନ୍ୟ ଋଣଦାତାଙ୍କ ଚାପରୁ ସୃଷ୍ଟି ପରିସ୍ଥିତି ମୋତେ ମାରିଦେଇଛି ।

- Advertisement -

ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ବ୍ୟାପକ ପୁଲିସ୍‍ ବଳକୁ ତଲାସୀ ଅଭିଯାନରେ ଲଗାଯାଇଛି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କ ଫୋନ ସ୍ୱିଚ ଅଫ ରହିଛି। ସିଦ୍ଧାର୍ଥ ନିଖୋଜ ହେବା ପରଠାରୁ ତାଙ୍କ ପରିବାର ଦୁଶ୍ଚିନ୍ତା ମଧ୍ୟରେ ଅଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମଙ୍ଗଳବାର ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଆବାସରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ସିଦ୍ଧାର୍ଥଙ୍କ ଘର ବାହାରେ ଲୋକଙ୍କ ଭିଡ ବଢିବାରେ ଲାଗିଛି। ମାଙ୍ଗାଲୁରୁ ପୁଲିସ କମିଶନର ସନ୍ଦୀପ ପାଟିଲ କହିଛନ୍ତି ଯେ ସିଦ୍ଧାର୍ଥ ସୋମବାର ବେଙ୍ଗାଲୁରୁରୁ ସକଲେଶପୁର ଅଭିମୁଖେ ଯାଉଥିଲେ। ମାତ୍ର ଅଧା ରାସ୍ତାରେ ସେ ଡ୍ରାଇଭରକୁ ମାଙ୍ଗାଲୁରୁ ଯିବାକୁ କହିଥିଲେ। ନେତ୍ରାବଦୀ ନଦୀ ପୋଲ ଉପରେ ସେ ଗାଡ଼ି ରଖି ଓହ୍ଲାଇପଡିଥିଲେ। କିଛି ଦୂରରେ ଯାଇ ତାଙ୍କୁ ଅପେକ୍ଷା କରିବାକୁ ସେ ଡ୍ରାଇଭରକୁ କହିଥିଲେ। ତେଣୁ ନେତ୍ରାବତୀ ନଦୀରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ନାବିକ ତଲାସୀ ଅଭିଯାନରେ ସହଯୋଗ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories