www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ପଞ୍ଚମ ପାଳିର ଶେଷ‌ କ୍ୟାବିନେଟ୍‌

ଭୁବନେଶ୍ବର : ଆଜି(ସୋମବାର) ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ପୂର୍ବାହ୍ଣ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ। ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏନେଇ ସବୁ ବିଭାଗର ମନ୍ତ୍ରୀ ମାନଙ୍କୁ ଅବଗତ କରାଯାଇଛି। ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବ। ଭୋଟ୍‌ ଗଣତି ପୂର୍ବରୁୁ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ଭୋଟ୍‌ ଗଣତି ପରେ ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବେ। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ, ଜୁନ୍ ୪ରେ ଭୋଟ୍‌ ଗଣତି ରହିଛି। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ପୂରଣ ନେଇ ଅବଗତ କରାଇବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories