www.samajalive.in
Sunday, December 14, 2025
26.1 C
Bhubaneswar

ତିହାର ଜେଲ୍‌ ଫେରିଲେ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ : ଅନ୍ତରୀଣ ଜାମିନ ମିଆଦ ଶେଷ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ରବିବାର ଅପରାହ୍ଣରେ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ତାଙ୍କୁ ଜୁନ ୫ ପର୍ଯ୍ୟନ୍ତ ହାଜତରେ ରହିବାକୁ ନିର୍ଦେଶ ଦିଆଯାଇଛି। ରବିବାର ମାଆଙ୍କ ଆଶୀର୍ବାଦ ନେବାପରେ କେଜରିୱାଲ ପ୍ରଥମେ ରାଜଘାଟ ପରିଦର୍ଶନ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ହନୁମାନ ମନ୍ଦିର ଏବଂ ଆପ୍‌ ମୁଖ୍ୟାଳୟକୁ ଯାଇଥିଲେ। ଦଳୀୟ କାର୍ଯ୍ୟାଳୟରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କେଜ୍ରିଓ୍ବାଲ୍ କହିଛନ୍ତି ଯେ ବିଗତ ୨୧ ଦିନ ମଧ୍ୟରେ ଗୋଟିଏ ମିନିଟ ସମୟ ସେ ନଷ୍ଟ କରିନାହାନ୍ତି। ଏହି ସମୟରେ ସେ ଆପ୍‌ ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳ ପାଇଁ ମଧ୍ୟ ପ୍ରଚାର କରିଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ମେ’ ୧୦ରେକେଜ୍ରିଓ୍ବାଲଙ୍କୁ ଜୁନ ୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ତଦନୁଯାୟୀ ଜାମିନରେ ଥିବାବେଳେ ସେ ମୁଖ୍ୟମନ୍ତ୍ରୀଭାବେ କୌଣସି କାର୍ଯ୍ୟ ସମ୍ପାଦନ କରିପାରିବେ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସଚିବାଳୟ ଯାଇପାରିବେନି ବୋଲି ସ୍ପଷ୍ଟ ନିର୍ଦେଶ ଦିଆଯାଇଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories