www.samajalive.in
Sunday, December 7, 2025
16.1 C
Bhubaneswar

ସାତକୋଶିଆରେ ମାଈ ହାତୀ ମୃତ

ଅନୁଗୋଳ : ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ ପୁରୁଣାକୋଟ ବନାଞ୍ଚଳରେ ଶନିବାର ବନବିଭାଗ ଏକ ମାଈହାତୀର ମୃତଦେହ  ଠାବ କରିଛି। ବନାଞ୍ଚଳ ଚୂନଭାଟି ଅଞ୍ଚଳରେ ମାଈ ହାତୀର ମୃତଦେହ ବିଭାଗ କର୍ମଚାରୀ ଶନିବାର ଦେଖିବାକୁ ପାଇଥିଲେ। ହାତୀଟି ଦୁଇଦିନ ଆଗରୁ ମରିଥିବାବେଳେ ଘଞ୍ଚ ଜଙ୍ଗଲ ହୋଇଥିବାରୁ ଏହା ଜଣା ପଡିନଥିଲା। ପାଦଚଲା ପାଟ୍ରୋଲିଂ ସମୟରେ କର୍ମଚାରୀମାନେ ଗନ୍ଧ ବାରିବା ପରେ ହାତୀକୁ ମୃତ ଅବସ୍ଥାରେ ଠାବ କରିଥିଲେ। ଘଟଣାସ୍ଥଳରେ ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଡାକ୍ତର କିଶୋର ସାହୁଙ୍କ ସମେତ ଏସିଏଫ ପହଞ୍ଚିବା ପରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ଏହାର ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଭ୍ୟନ୍ତରୀଣ କ୍ଷତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories