www.samajalive.in
Monday, December 15, 2025
15.1 C
Bhubaneswar

କେନ୍ଦ୍ର କ୍ୟାବିନେଟ୍‍ – ଟିକସ ସୂଚନା ସଂଗ୍ରହ ସହାୟକ ପ୍ରସ୍ତାବ ମଂଜୁର

ଭାରତ ଏବଂ ସେଣ୍ଟ୍‍ ଭିନ୍‍ସେଣ୍ଟ ଓ ଗ୍ରେନାଡାଇନ୍‍ସ ମଧ୍ୟରେ ଟିକସ ସହ ସମ୍ପର୍କିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟକ ସମ୍ପର୍କିତ ଏକ ରାଜିନାମାକୁ ଆଜି କେନ୍ଦ୍ର କ୍ୟାବିନେଟ୍‍ ମଞ୍ଜୁରି ପ୍ରଦାନ କରିଛି। ମିଳିଥିବା ସୂଚନା ଅନୁଯାୟୀ ଟିକସ ସଂଗ୍ରହ କ୍ଷେତ୍ରରେ ଦୁଇ ଦେଶ ପରସ୍ପରକୁ ସହାୟତା ଯୋଗାଇ ଦେବା ନିମନ୍ତେ ଏହି ରାଜିନାମାରେ ପ୍ରସ୍ତାବ ରହିଛି।

ଏହାଦ୍ୱାରା ଦୁଇ ଦେଶର ବ୍ୟାଙ୍କ୍‍ ଓ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀ ସୁଚାରୁରୂପେ ସମ୍ପନ୍ନ କରିବାରେ ସହାୟକ ହୋଇପାରିବ। ଏଥିସହ ଟିକସ ଫାଙ୍କି, ବିଦେଶକୁ ଅର୍ଥ ସ୍ଥାନାନ୍ତର ଓ ଟିକସ ଏଡ଼ାଇବା ଭଳି ବେଆଇନ କାର୍ଯ୍ୟର ମୁକାବିଲା ଦିଗରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା କ୍ଷେତ୍ରରେ ଏହି ରାଜିନାମା ସାହାଯ୍ୟ କରିବ।

- Advertisement -

ଏହା ହେଉଛି ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ଏକ ନୂତନ ରାଜିନାମା। ଦୁଇ ଦେଶ ମଧ୍ୟରେ ପୂର୍ବରୁ କୌଣସି ରାଜିନାମା ନଥିଲା। ଟିକସ ଦାବି ସଂଗ୍ରହ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସୂଚନା ବିନିମୟ ଏବଂ ପରସ୍ପରକୁ ସହାୟତା ଯୋଗାଇ ଦେବା ନିମନ୍ତେ ଏହି ରାଜିନାମାରେ ପ୍ରସ୍ତାବ ଦିଆଯାଇଛି। ରାଜିନାମାରେ ମଧ୍ୟ ବିଦେଶରେ ଟିକସ ଯାଞ୍ଚ ଭଳି ବ୍ୟବସ୍ଥା ରହିଛି ଯାହାକି ଟିକସ ସଂଗ୍ରହ ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତିବିଶେଷଙ୍କୁ ପଚରାଉଚରା କରିବା ଏବଂ ରେକର୍ଡ ଯାଞ୍ଚ କରିବା ଲାଗି ଗୋଟିଏ ଦେଶ ଅନ୍ୟ ଦେଶର ପ୍ରତିନିଧିଙ୍କୁ ନିଜର ଘରୋଇ ଆଇନରେ ରହିଥିବା ସୀମା ମଧ୍ୟରେ ପ୍ରବେଶ କରିବା ଲାଗି ଅନୁମତି ଦେବ ।

ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ହୋଇଥିବା ଏହି ରାଜିନାମା ଫଳରେ ଦୁଇ ଦେଶ ମଧ୍ୟରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଧାରଣ କରିଥିବା ସୂଚନା ସମେତ ଅନ୍ୟାନ୍ୟ ସୂଚନା ବିନିମୟରେ ସହାୟତା ମିଳିପାରିବ। ଏଥିରେ ଆଇନଗତ ଏବଂ ଲାଭଜନକ ମାଲିକାନା ସଂକ୍ରାନ୍ତ ସୂଚନା ମଧ୍ୟ ସାମିଲ ରହିଛି । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ଟିକସ ଦାବି ସଂଗ୍ରହ କ୍ଷେତ୍ରରେ ସହାୟତା ଯୋଗାଇ ଦେବ। ତେଣୁ, ଏହା ମଧ୍ୟ ଟିକସ ଫାଙ୍କି ବିଦେଶକୁ ଅର୍ଥ ସ୍ଥାନାନ୍ତର ଓ ଟିକସ ଏଡ଼ାଇବା ଭଳି ବେଆଇନ କାର୍ଯ୍ୟର ମୁକାବିଲା କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହିତ କଳାଧନ କାରବାର ଉପରେ ଅଙ୍କୁଶ ଲଗାଇବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories