ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ୫୯୪୩୯ ହେକ୍ଟର ଚାଷ ଜମିରେ ହେବ ଖରିଫ ଧାନ ଚାଷ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ଶିଳ୍ପ ବିହିନ ବୌଦ୍ଧ ଜିଲ୍ଲାରେ ଚାଷୀ ଧାନ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ କରି ଦି ପଇସା ରୋଜଗାର କରି ପରିବାର ଚଳାଇଥାନ୍ତି। ଜିଲ୍ଲାର ଚାଷୀମାନେ ଚାଷ ପାଇଁ ସାଧାରଣତଃ ମୈାସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ଚଳିତ ବର୍ଷ ଚାଷର ପ୍ରଥମରେ ଜିଲ୍ଲାରେ ଯେଭଳି ଭାବରେ ବର୍ଷା ଆରମ୍ଭ ହୋଇଛି। ତାକୁ ଦେଖି ଚାଷୀ ଖୁବ ଉତ୍ସାହିତ ହୋଇପଡିଛନ୍ତି। ଏବଂ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଚାଷୀ ବିଲରେ ହଳ କରିବା ଆରମ୍ଭ କରିସାରିଥିବା ବେଳେ ପହ୍ଲା ପକାଇବା ମଧ୍ୟ ଆରମ୍ଭ କରିଦେଇଛି। ଚଳିତ ବର୍ଷ ଜିଲ୍ଲାରେ ୫୯,୪୩୯ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷିି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।

ଚଳିତ ବର୍ଷ ଜିଲ୍ଲାରେ ଚାଷ ପାଇଁ ଏପ୍ରିଲମାସରେ ୧୬.୫୦ ବର୍ଷା ଆବଶ୍ୟକତା ରହିଥିଲା ବେଳେ ୨୦.୫୩ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ମେ ମାସରେ ଚାଷ ପାଇଁ ୩୮.୪୦ ବର୍ଷା ଆବଶ୍ୟକ ହେଉଥିବା ବେଳେ ୯୩.୯୭ ବର୍ଷା ହୋଇଥିଲା। ଜୁନ ମାସରେ ୨୩୩.୮୦ ବର୍ଷା ଆବଶ୍ୟକ ହେଉଥିବା ବେଳେ ୧୦୫.୧୦ ବର୍ଷା ହୋଇଛି। ସେଥିମଧ୍ୟରୁ ବୌଦ୍ଧ ବ୍ଲକରେ ଏପ୍ରିଲ ମାସରେ ୨୧.୦୦, ମେ ମାସରେ ୧୩୦.୧୦ ଓ ଜୁନ ମାସରେ ୧୧୯.୫୦ ମିଲି ମିଟର ବର୍ଷା ହୋଇଛି। କଣ୍ଟାମାଳ ବ୍ଲକରେ ଏପ୍ରିଲରେ ୧୩.୬୦, ମେ ରେ ୫୯.୮୦ ଓ ହରଭଙ୍ଗାରେ ଏପ୍ରିଲରେ ୨୭.୦୦, ମେ ମାସରେ ୯୨.୦୦ ଓ ଜୁନ ମାସରେ ୮୬.୦୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲ୍ଲାର ଭୈାଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାରେ ୩ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି। ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି। ସେଥିମଧ୍ୟରୁ ୮୫ ହଜାର ୧୮୦ ହେକ୍ଟର ଚାଷ ଜମିରେ ଚାଷ କରାଯାଇଥାଏ। ଚଳିତ ବର୍ଷ ଜିଲ୍ଲାରେ ୫୯ ହଜାର ୪୩୯ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ବୈାଦ୍ଧ ବ୍ଲକରେ ୩୨ ହଜାର ୫୪୬, ହରଭଙ୍ଗା ବ୍ଲକରେ ୨୫ ହଜାର ୨୯୭ ଓ କଣ୍ଟାମାଳ ବ୍ଲକରେ ୨୭ ହଜାର ୩୨୭ ହଜାର ହେକ୍ଟର ଚାଷ ଜମି ରହିଛି। ୨୦୧୧ ମସିହା ଜନଗଣନା ଅନୁଯାଇ, ଜିଲ୍ଲାରେ ନାମମାତ୍ର ଚାଷୀ ୪୭୨୫୯ ରହିଥିବା ବେଳେ ଛୋଟ ଚାଷୀ ୧୯୪୩୯ ଜଣ ଅଛନ୍ତି। ସେହିପରି ବଡ ଚାଷୀ ୯୨୨୪ ଜଣ ରହିଛନ୍ତି। ଜିଲ୍ଲାରେ ୨୪୦୪୮ ଜଣ କୃଷି ଶ୍ରମିକ ରହିଛନ୍ତି। ଉଠାଣିଆ ଜମି ୧୯ ହଜାର ୮୬୦ରହିଥିବା ବେଳେ ମଧ୍ୟମ ଜମି ୨୪୨୩୩ ହେକ୍ୱର ରହିଛି ଓ ଗଡାଣିଆ ଜମି ୧୫୩୪୬ ଜମି ରହିଛି। ଜିଲ୍ଲାରେ ବିହନର ମାନକୁ ନେଇ ଚାଷୀ ସବୁବେଳେ ପ୍ରତିବାଦ କରି ଆସୁଥିବା ବେଳେ ୧୨୮୮୦ କ୍ୱିଣ୍ଟାଲ ବିହନ ଧାନ ଆବଶ୍ୟକ ହେଉଛି। ଚାଷ ଜମିକୁ ଠିକ ଭାବରେ ପାଣିମାଡୁ ନ ଥିବାରୁ ଚାଷୀ ମରୁଡିର ଶିକାର ହେଉଥିବା ଚାଷୀମାନେ ଅଭିଯୋଗ କରୁଥିବା ବେଳେ ସରକାରୀ ଭାବରେ ଜିଲ୍ଲାରେ ୭୨୪୬୭ ହେକ୍ଟର ଚାଷ ଜମିକୁ ପାଣି ଜଳ ସେଚନ କରାଯାଉଥିବା କୁହାଯାଉଛି। ଚାଷ ପାଇଁ ୧୩୬୦୦.୦୦ ଟନ ବିଭିନ୍ନ ସାରର ଆବଶ୍ୟକତା ରହିଛି।

ଚାଷ ପାଇଁ ଚାଷୀକୁ ବିହନ.ସାର ଓ ପାଣିର ଆବଶ୍ୟକତା ଅଧିକ ରହିଥିବା ବେଳେ ବିଭିନ୍ନ ସମୟରେ ଯୋଗାଇ ଦିଆଯାଇଥିବା ବିହନର ମାନ ଉନ୍ନତମାନର ହୋଇନଥିବା ଯୋଗୁଁ ଚାଷୀ ଅଧିକ ଫସଲ ଅମଳ କରିପାରୁନାହିଁ ବୋଲି ଅଭିଯୋଗ ହେଉଛି। ସାର ପାଇଁ ଚାଷୀକୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡୁଛି। ହେଲେ ଚାଷୀଙ୍କୁ ଠିକ ସମୟରେ ସାର ମିଳୁ ନ ଥିବା ବେଳେ ଶେଷରେ ବାଧ୍ୟ ହୋଇ ବ୍ଲାକରେ ସାର କିଣି ବିଲରେ ପକାଉଛି। ଠିକ ସମୟରେ ତଳ ମୁଣ୍ଡର ଚାଷୀ ପାଣି ପାଇ ପାରୁ ନ ଥିବାରୁ ଚାଷୀ ତାର ଚାଷକୁ ବଂଚାଇ ରଖିବା ପାଇଁ ସଂଘର୍ଷ କରୁଛି। କହିବାକୁ ଗଲେ ଚାଷୀ ଧାନ ଚାଷ ଆରମ୍ଭରୁ ଧାନି ବିକ୍ରି କରିବା ପର୍ଯ୍ୟନ୍ତ ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରୁଛି। ତେଣୁ ପ୍ରଶାସନ ଚଳିତ ବର୍ଷ ଯେପରି ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ ସେଥିପାଇଁ ଦୃଷ୍ଟି ଦେବାକୁ ଚାଷୀମାନଙ୍କଠାରୁ ଦାବୀ ହେଉଛି।

Comments are closed.